ଅପରାଧଓଡିଶା

ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼

ନୟାଗଡ଼:- ଡକାୟତି ଉଦ୍ୟମ ବିଫଳ ହେବାରୁ କଲେ ବୋମାମାଡ଼ । ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ଏଭଳି ଘଟଣା ଘଟିଥିବା ବେଳେ ଏହି ଘଟଣା ନୟାଗଡ଼ରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଏହି ଘଟଣାରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁଯାୟୀ, ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ଗତକାଲି ରାତିରେ ୪ ଜଣ ଦୁର୍ବୁତ୍ତ ଦୁଇଟି ବାଇକରେ ଆସି ଡକାୟତି ଉଦ୍ୟମ କରିଥିଲେ । ଲୁଟ୍ ଉଦ୍ଦେଶ୍ୟରେ ଭାଟସାହି ଗାଁ ଭିତରକୁ ପଶିଥିଲେ । ଗାଁ ଲୋକଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇଥିଲେ । ପରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା । ପରେ ଦୁର୍ବୁତ୍ତମାନେ ଖସିଯିବାକୁ ଉଦ୍ୟମ କରିବାକୁ ବୋମାମାଡ କରିଥିଲେ । ଏଥିରେ ୩ ଗ୍ରାମବାସୀ ଆହତ ହୋଇଥିଲେ । ତେବେ ଗ୍ରାମବାସୀମାନେ ଜଣେ ଦୁର୍ବୃତ୍ତକୁ କାବୁ କରି ପୋଲିସରେ ଜିମା ଦେଇଥିବାବେଳେ ଅନ୍ୟ ୩ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । କାବୁ ହୋଇଥିବା ବ୍ୟକ୍ତି ଜଣକ ହେଲେ କଇଥଗାଡିଆ ଗାଁର ଅକୃର ପ୍ରଧାନ ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Related posts

ଦିଗପହଣ୍ଡି ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶିରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଝୁଲନ୍ତା ଅବସ୍ତାରେ ଉଦ୍ଧାର ହେଲା ଏପିଆର କନେଷ୍ଟବଳଙ୍କ ମୃତ ଦେହ

mahabharatanews