ଓଡିଶା

ରାସ୍ତା ପାଇଁ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁଇଦିନିଆ ଧାରଣା

ଏରସମା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁଇ ଦିନ ଧରି ଏରସମା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏରସମା ମୁଖ୍ୟ ବଜାର ଠାରୁ ସିହା ଗ୍ରାମ ଏବଂ ଏରସମା ଠାରୁ କାଣୀପଦା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଅତି ଶୋଚନୀୟ ହୋଇପଡିଛି। ଏହି ମୂଖ୍ୟ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗତ ବର୍ଷା ଋତୁରେ ଜନସାଧାରଣ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି। ଏରସମା ମୁଖ୍ୟାଳୟ ଏବଂ ବ୍ଳକ, ତହସିଲ, ଥାନା, କୋର୍ଟ,ଆଦର୍ଶ ବିଦ୍ୟାଳୟ ପ୍ରମୁଖ କାର୍ଯ୍ୟାଳୟକୁ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରିଥାନ୍ତି।

ଏଥିସହିତ ମୁଖ୍ୟ ବଜାରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକର ବ୍ୟବସାୟୀ ମାନେ ମଧ୍ୟ ହଇରାଣ ହରକତ ହେଉଛନ୍ତି। ଜନସାଧାରଣଙ୍କର ଗମନାଗମନ ସମସ୍ୟାର ସମାଧାନ ପାଇଁ ତଥା ଏହି ଦୁଇ ମୂଖ୍ୟ ରାସ୍ତାର ତୁରନ୍ତ ନବୀକରଣ ପାଇଁ ସଂଘ ପକ୍ଷରୁ ଦାବି କରାଯାଇ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ମଧ୍ୟ ଅଭିଯୋଗ କରାଯାଇଥିଲା।ମାତ୍ର ଏ ସମ୍ପର୍କରେ କୈାଣସି ପଦକ୍ଷେପ ଗ୍ରହଣ କରିନଯିବାରୁ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ରବି ଦାସ, ନିବାରଣ ନାୟକ,ପ୍ରସନ୍ନ କୁଁଅର, ରାଜ କିଶୋର ଜେନା, ନିତ୍ୟାନନ୍ଦ ଦାସ, ଅମ୍ବିକା ମହାନ୍ତି, ବଳାରାମ ସେଠି, ପ୍ରବୀର ପଣ୍ଡା, ପ୍ରଦୀପ୍ତ ସାହୁ ଏବଂ ରବୀନ୍ଦ୍ର ଗୋଛାୟତ ପ୍ରମୁଖ ଆଜି ଧାରଣାରେ ସାମିଲ ହୋଇଥିଲେ।

Related posts

ବିପର୍ଯ୍ୟୟ ପ୍ରଶମନ ଦିବସରେ ପ୍ରାକ୍ ପ୍ରସ୍ତୁତି ପାଇଁ ଶପଥ ପାଠ

mahabharatanews

ଅଙ୍ଗାରବନ୍ଧ ମହିମା ଧାମରେ ୧୬୩ତମ ମାଘ ମେଳା ଓ ଆନ୍ତର୍ଜାତୀୟ ମହିମା ମହୋତ୍ସବ ଉଦଯାପିତ

mahabharatanews

୧୨ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ 

mahabharatanews