ଓଡିଶାପର୍ବ ପର୍ବାଣି

ଆସନ୍ତା ୧୯ରୁ ୨୧ ତିନି ଦିନ ଧରି ହେବ ଦେବ ଦୀପାବଳୀ

ଆସନ୍ତା 19ରୁ ହେବ ଦେବ ଦୀପାବଳୀ ମହୋତ୍ସବ । ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ଆୟୋଜନରେ 3 ଦିନ ଧରି ଚାଲିବ ଉତ୍ସବ । 19 ନଭେମ୍ବରରୁ 21 ନଭେମ୍ବର୍ ପର୍ଯ୍ୟନ୍ତ ସିଂହଦ୍ଵାର ନିକଟ ଏମାର ମଠ ସମ୍ମୁଖରେ ହେବ ଦୀପଦାନ । ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାର ପୁନରୁଦ୍ଧାର ତଥା ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ ଆନୁକୁଲ୍ୟରେ ଏହି ତିନିଦିନ ବ୍ୟାପୀ ଦେବ ଦୀପାବଳୀ ମହୋତ୍ସବ ଆୟୋଜନ କରାଯାଇଛି । ମହାପ୍ରଭୁ ପାଳନ କରୁଥୁବା ଦୀପାବଳୀକୁ “ଦେବ ଦୀପାବଳୀ” କୁହାଯାଏ ।

ଏହା ୩ଦିନ ଧରି ମାର୍ଗଶିର କୃଷ୍ଣ ଚର୍ତୁର୍ଦ୍ଦଶୀ, ମାର୍ଗଶିର ଅମାବାସ୍ୟା ଓ ମାର୍ଗଶିର ଶୁକ୍ଳ ପ୍ରତିପଦା ଏହି ତିନୋଟି ତିଥୁରେ ଶ୍ରୀମନ୍ଦିରରେ “ଦେବ ଦୀପାବଳୀ” ପାଳନ ହୁଏ । ୧ମ ଦିନ ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ- କଶ୍ୟପ ଓ ଅଦିତିଙ୍କ ଉଦ୍ଦେଶ୍ୟରେ ୨ୟ ଦିନ ମାର୍ଗଶୀର ଅମାବାସ୍ୟା- ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ୩ୟ ଦିନ ମାର୍ଗଶୀର ଶୁକ୍ଳ ପ୍ରତିପଦା ବସ୍ତୁଦେବ-ଦେବକୀ, ନନ୍ଦ-ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ-ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧ ଓ ଦୀପଦାନ କରିଥାନ୍ତି। ଉକ୍ତ ତିନିଦିନ ମହାପ୍ରଭୁଙ୍କ ସ୍ବତନ୍ତ୍ର ଶ୍ରାଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ ।

Related posts

ଗଛକୁ ପିଟିଲା ବସ୍, ୭ ଗୁରୁତର

mahabharatanews

୧୫ରୁ ଭୁବନେଶ୍ୱର-ଦୁବାଇକୁ ଆରମ୍ଭ ବିମାନ ସେବା

mahabharatanews

ରାଜ୍ୟରେ ଆଉ ୫ କୋରୋନା ପଜେଟିଭ ଚିହ୍ନଟ

mahabharatanews