ଓଡିଶା

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହେନ୍ଦ୍ରଗିରି ଶିଖରର ଇକୋ ରିସୋର୍ଟ ଉଦଘାଟିତ

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଶିଖରରେ ଥିବା ଇକୋ ରିସୋର୍ଟକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ  ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି ଠାରେ ନବ ନିର୍ମିତ ଇକୋ ରିସୋର୍ଟକୁ ଶୁଭ ଉଦଘାଟନ କରିଛନ୍ତି। ତାଙ୍କ ସହିତ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂହ ଖୁଣ୍ଟିଆ ଓ ମାନ୍ୟବର ବାଣିଜ୍ୟ,ପରିବହନ , ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିବା ବେଳେ, ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତି ଭାସନ୍ ଓ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ କେ.ନାଗାରାଜୁଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ମହେନ୍ଦ୍ରଗିରି ଏକ ପୁରାଣ ପ୍ରସିଦ୍ଧ ସ୍ଥାନ । ଏଠାରେ ତିନିଗୋଟି ପ୍ରାଚୀନ ମନ୍ଦିର ରହିଅଛି, ଭୀମ ମନ୍ଦିର, ଯୁଧିଷ୍ଠିର ଓ କୁନ୍ତୀ ମନ୍ଦିର, ଅର୍ଜୁନ ଗୁମ୍ଫା ରହିଅଛି । ଏଠାରେ ସର୍ବଦା ମନ୍ଦ ମଳୟ ପ୍ରବାହିତ ହୋଇଥାଏ।  ଜଳବାୟୁ ଅତ୍ୟନ୍ତ  ସ୍ୱାସ୍ଥ୍ୟପ୍ରଦ, ପ୍ରତିଦିନ ଏଠାରେ ବର୍ଷା, ଶୀତ, ବସନ୍ତ ଇତ୍ୟାଦି ଷଡ଼ଋତୁ ଅନୁଭୂତ ହୁଏ । ମହେନ୍ଦ୍ରଗିରିର ଅରଣ୍ୟ ଶୋଭା ଭାରି ମନଲୋଭା, ବର୍ଷାଦିନେ ପର୍ବତ ଶୃଙ୍ଗରେ ମେଘମାଳା ଭାରି ଆକର୍ଷଣୀୟ ଓ ସୂର୍ଯ୍ୟ ଉଦୟ ଦର୍ଶନ ଏଠାରେ ଅତ୍ୟନ୍ତ ରମଣୀୟ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଇକୋ ଟୁରିଜିମ ବ୍ୟବସ୍ଥା ଆଜି ଠାରୁ ଆରମ୍ଭ ହୋଇଛି  ଏବଂ ଏହି ଇକୋ ଟୁରିଜିମ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଠ କରିବାରେ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ । ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ବର୍ଷ ସାରା ଆସିଥାନ୍ତି।

ସେହିପରି ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ଠାରେ ଥିବା ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର,ଖସଡ଼ା ଜଳପ୍ରପାତ, ରାୟଗଡ ବ୍ଲକ ର ଗଣ୍ଡାହାତୀ ଜଳପ୍ରପାତ ସହିତ ଆହୁରି ଆନେକ ପର୍ଯ୍ୟଟନ ସ୍ଥଳ ରହିଅଛି।

Related posts

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

mahabharatanews

ଅନୁଭବ, ବର୍ଷା ଛାଡପତ୍ର ମାମଲା: ସୁପ୍ରିମ କୋର୍ଟଙ୍କ ସ୍ଥଗିତାଦେଶ

mahabharatanews

 ଆଗାମୀ ୨୪ ଘଣ୍ଟାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

mahabharatanews