ଅପରାଧଦୁର୍ଘଟଣାଦେଶ ବିଦେଶରାଜନୀତି

ତୀବ୍ର ବେଗରେ ବଢୁଛି ହିଂସା

ତୀବ୍ର ହେଉଛି ହିଂସା । ପୁଣି ଅଶାନ୍ତ ହେଲାଣି ବାଂଲାଦେଶ। ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ, ଏବେ ଏହି ହିଂସାର ନିଆଁ ଆହୁରି ତେଜିଛି । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଆନ୍ଦୋଳନ ଏବଂ ପ୍ରତିବାଦର ସ୍ବର । ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି  ଆୱାମୀ ଲିଗ ସମର୍ଥକ ଏବଂ  ସୁରକ୍ଷାକର୍ମୀ । ଯେଉଁ ସଂଘର୍ଷରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସୂଚନା ଅନୁଶାରେ, ଢାକାରେ ପ୍ରଦର୍ଶନକାରୀମାନେ ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ସମୟରେ ଅନେକ ରାଜପଥ ଅବରୋଧ କରିଥିଲେ । ଏହାପରେ ସେମାନଙ୍କର ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ତେଣୁ ବିକ୍ଷୋଭ ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସକୁ ଲାଠି, ଗ୍ରେନେଡ୍ ଏବଂ ଲୁହ ବୁହା ଗ୍ୟାସ୍ ବ୍ୟବହାର କରିବାକୁ ପଡିଥିଲା।

Related posts

ମୋ ଝିଅ ଭବିଷ୍ୟତ ନଷ୍ଟକାରୀକୁ ଦଣ୍ଡ ମିଳୁ

mahabharatanews

ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ

mahabharatanews

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews