ଓଡିଶା

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଦୀପ ପ୍ରଜ୍ଵଳନ କରି ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ବ୍ରହ୍ମଗିରି ବିଧାନସଭା ବିଧାୟିକା ଉପାସନା ମହାପାତ୍ର ଉଦଘାଟନ କରିଥିଲେ। ସାଂସଦ କହିଥିଲେ ଏହି ମେଳା ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯାଉଛି। ସହଜ ଉପାୟରେ ଅଳ୍ପ ଖର୍ଚ୍ଚରେ, ସରକାରୀ ପ୍ରୋତ୍ସାହନରେ କିଭଳି ଉର୍ନ୍ନତ ଧରଣର ଚାଷ କରାଯିବ ଚାଷୀ ମାନଙ୍କୁ ମେଳା ମାଧ୍ୟମରେ ସଚେତନ କରାଯାଉଛି। ମେଳାରେ ଚିଲିକା ମଇଁଷି କ୍ଷୀର, ଦହି, ଛେନା ଆଦି ସାମଗ୍ରୀ ମାଣ୍ଡିଆରେ ପ୍ରସ୍ତୁତ ବିଭିର୍ଣ୍ଣ ଖାଦ୍ୟ ପ୍ରସ୍ତୁତ କରି ଦେଖାଇଥିଲେ। ଏହିସବୁ ସୁସ୍ୱାଦୁ ଖାଦ୍ୟକୁ ସ୍ଟଲ ବୁଲିବାକୁ ଆସିଥିବା ବ୍ୟକ୍ତିମାନେ ଖାଇଥିଲେ।

ସେହିଭଳି ଚିଲିକାରେ ମାଛ, ଚିଙ୍ଗୁଡ଼ି, କଙ୍କଡା ଚାଷର ପଦ୍ଧତିକୁ ରଖାଯାଇଥିଲା। ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସିକ ଉପସ୍ଥିତ ଶହଶହ ଚାଷୀ, ଯୁବକ ଯୁବତୀଙ୍କ ସରକାରଙ୍କ ବିଭିର୍ଣ୍ଣ ଯୋଜନା ଉପରେ ଅସଲୋକପାତ କରିଥିଲେ। ସଭାରେ ବିଡିଓ, ତହସିଲଦାର, କୃଷି ବିଭାଗ କର୍ମଚାରୀ ବ୍ଲକ ମୁଖ୍ୟ ପଶୁ ଚିକିତ୍ସକ କିଶୋର କୁମାର ଦାସ, ବିଧାୟକଙ୍କ ପ୍ରତିନିଧି, ସାଂସଦ ପ୍ରତିନିଧି ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଚିଲିକା ମଇଁଷି କ୍ଷୀରର ଔଷଧୀୟ ଗୁଣ ଥିବାରୁ ତାର ଚାହିଦା ଥିବାବେଳେ ଦୁର୍ଦିନରେ ମଇଁଷି ପାଳନ ହେଉଛି ତାର ସୁରକ୍ଷା ପାଇଁ ସରକାର ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଥିଲେ।

Related posts

ଗ୍ରାହକଙ୍କୁ ଠକିବା ପଡିଲା ମହଙ୍ଗା

mahabharatanews

ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି, ୭୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

mahabharatanews

୭୦ କୋଟି ବ୍ୟୟ ରେ ନିର୍ମାଣ ହେବ ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ

mahabharatanews