ଓଡିଶା

ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ତରଭା ପଞ୍ଚାୟତ ସମିତି ଅନ୍ତର୍ଗତ ତୁଲୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ,ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ ଓ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ କେ.କେ ହରି ପ୍ରସାଦ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୧୦୨ ( ଏକ ଶହ ଦୁଇ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୭୬ ( ଛଅସ୍ତରି) ଗୋଟି ଦରଖାସ୍ତ  ବ୍ୟକ୍ତିଗତ ରହିଥିବା ବେଳେ ୨୬  ( ଛବିଶ) ଗୋଟି ସାମୁହିକ ଦରଖାସ୍ତ  ହସ୍ତଗତ ହୋଇଥିଲା। ତନ୍ମଧ୍ୟରୁ _୦୪( ଚାରି) ଗୋଟି ଅଭିଯୋଗ ପତ୍ର ତୁରନ୍ତ ଅଭିଯୋଗ ଶୁଣାଣୀ ଶିବିର ରେ ସମାଧାନ କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଡ଼ିଓ, ତରଭା,  ଶ୍ରୀ ଗଙ୍ଗାରାମ ବୁଡେକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ  ଶୁଣାଣିରେ  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,  ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର,  ଭାରପ୍ରାପ୍ତ ଉପ – ଜିଲ୍ଲାପାଳ, ସୋନପୁର,  ଶ୍ରୀ ସତ୍ୟ ସୁନ୍ଦର ରାଉତ, ସରପଞ୍ଚ, ତୁଲୁଣ୍ଡା  ଗ୍ରାମ ପଞ୍ଚାୟତ,  ଶ୍ରୀମତି ଉମା ସାହୁଙ୍କ  ସମେତ  ତହସିଲଦାର, ତରଭା, ସୁଶ୍ରୀ ଶ୍ୱେତଲିନା      ମାହାନା ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।ଏହି ଅବସରରେ ନନ୍ଦିନୀ ବଗର୍ତ୍ତି ସ୍ଵାମୀ ସ୍ବର୍ଗତ ନିରଞ୍ଜନ ବଗର୍ତ୍ତି ନିବାସୀ ଟୁଲୁଣ୍ଡାଙ୍କୁ ମଧୁବାବୁ ପେନସନ ଯୋଜନା ଅଧିନରେ ବିଧବା ଭତ୍ତା ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁରଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।

Related posts

୩୦ରେ ନାମାଙ୍କନ ଭରିବେ ନବୀନ

mahabharatanews

ମହୁ ମାଛି ଆକ୍ରମଣରେ ଜଣେ ମୃତ, ଦୁଇ ଆହତ

mahabharatanews

ବାଇକକୁ ଧକ୍କା ଦେଲା ଟ୍ରକ, ଦୁଇଜଣ ମୃତ

mahabharatanews