ଅପରାଧଓଡିଶା

ଟଙ୍କା ମାଗିବାରୁ ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ

ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ । ଦୋକାନୀ ଗୁରୁତ ଅବସ୍ଥାରେ ଭାବେ ବୌଦ୍ଧ ମେଡିକାଲ ରେ କରାଗଲା ଭର୍ତ୍ତି । ଆକ୍ରମଣର ଶିକାର ହୋଇଥିବା ଦୋକାନୀଙ୍କ ନାମ ମନସୁର ଖାନ୍ ହୋଇଥିବା ନେଇ ସୂଚନା ମିଳିଛି ।

ଖବର ମୁତାବକ, ମନସୁର ବୌଦ୍ଧ ସହରର ବ୍ରିଜ ଛକ ନିକଟସ୍ଥ ଭେଣ୍ଡିଂ ଜୋନରେ ଥିବା ନିଜ ପାନ ଦୋକାନ ଖୋଲିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କ ଠାରୁ ସିଗାରେଟ ମାଗିଥିଲେ ଏବଂ ସିଗାରେଟ ପଇସା ନଦେଇ ଯାଉଥିବା ବେଳେ ମନସୁର ସେମାନଙ୍କୁ ଟଙ୍କା ମାଗିବାରୁ ଦୁଇ ଯୁବକ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଫେରାର ମାରିଥିଲେ । ଆଉ କିଛି ସମୟ ପରେ ପୁଣି ଥରେ ଦୁଇ ଯୁବକ ଅନ୍ୟ ଏକ ଯୁବକ ସହିତ ମିଶି ମାରଣାସ୍ତ୍ର ଧରି ମନସୁରଙ୍କ ଉପରେ  ଆକ୍ରମଣ କରି ଲହୁଲୁହାଣ କରି ଫେରାର ମାରିଥିଲେ । ତେବେ ଦୋକାନୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଅରମ୍ଭ କରିଥିବା ସୂଚନା ମିଳିଛି ।

Related posts

ଆଜି ଅଭିମାନିନୀ ମାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମନେଇବେ ମହାପ୍ରଭୁ

mahabharatanews

ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

mahabharatanews

ବରୀରେ ବାତ୍ୟା ଅମ୍ଫାନର ପ୍ରଭାବ ରାସ୍ତାରେ ଶୋଇଲା ଗଛ ବିଦ୍ୟୁତ୍ ସଂଯୋଗ ବନ୍ଦ

mahabharatanews