କଟକ-କେନ୍ଦ୍ରାପଡା ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ସଡ଼କ ଦୁର୍ଘଟଣା। ସ୍କୁଟି ଚାଳକକୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ବୋଲେରୋ ଗାଡ଼ି। ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତର। ସୂଚନା ଅନୁଯାୟୀ ବୋଲେରୋ ଟି କଟକ ରୁ କେନ୍ଦ୍ରାପଡା ଆଡ଼କୁ ଯାଉଥିବା ବେଳେ ନିଶ୍ଚିନ୍ତକୋଇଲି ତହସିଲ ଛକ ଠାରେ ନିଶ୍ଚିନ୍ତକୋଇଲି ବଜାର ରୁ ଆସୁଥିବା ଜଣେ ସ୍କୁଟି ଚାଳକ ହଠାତ୍ ଡ଼ାହାଣ ପଟକୁ ଚାଲି ଆସିଥିଲେ। ବୋଲେରୋ ଗାଡ଼ି ଡ୍ରାଇଭର ସ୍କୁଟି ଚାଳକକୁ ବଞ୍ଚାଇବାକୁ ଯାଇ ବୋଲେରୋ ଗାଡ଼ି ଟିକୁ ରାସ୍ତା ତଳକୁ ଖସାଇ ଦେଇଥିଲେ। ବୋଲେରୋ ର ଦ୍ରୁତ ଗତି ଥିବାରୁ ବୋଲେରୋ ଟି ଭାରସାମ୍ୟ ହରାଇ ରାସ୍ତା ତଳେ ଓଲଟି ପଡିଥିଲା। ଗୁରୁତର ସ୍କୁଟି ଚାଳକ ସ୍ଥାନୀୟ ଜିଗ୍ନିପୁର ଅଂଚଳର ବୋଲି ସୂଚନା ମିଳିଛି। ତେବେ ତାଙ୍କର ମୁଣ୍ଡ ମାଡ଼ ହୋଇଥିବା କାରଣରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏପଟେ ବୋଲେରୋ ରେ ଥିବା ୪ ଜଣ ଯାତ୍ରୀ ଏବଂ ଡ୍ରାଇଭର ଘଟଣାସ୍ଥଳରୁ କେଉଁ ଆଡେ ଯାଇଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
previous post
