ଓଡିଶାଦୁର୍ଘଟଣା

ହାତୀ ଆକ୍ରମଣରେ ଯୁବକ ଗୁରୁତର

ହାତୀ ଆକ୍ରମଣରେ ଯୁବକ ଗୁରୁତର । ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣ ଥମିବାର ନାଁ ନେଉନି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ହାତୀ ଆକ୍ରମଣ ଜନିତ ଘଟଣା ଦେଖା ଦେଉଥିବା ବେଳେ ଆଜି ପୁଣି ଜଣେ ଯୁବକ ହାତୀ ଆକ୍ରମଣରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ହିନ୍ଦୋଳ ବନାଞ୍ଚଳ ଠେଙ୍ଗା ଗ୍ରାମର ବସନ୍ତ ବେହେରା I ସକାଳୁ ଶୌଚ ହେବାକୁ ଯିବା ସମୟରେ ହାତୀ ତାଙ୍କୁ କଚାଡି ଦେଇଥିଲା I ଗୁରୁତର ଯୁବକଙ୍କୁ ବନକର୍ମଚାରୀ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଅବସ୍ଥା ସଙ୍କଟାପନ୍ନ ହେବାରୁ ଢେଙ୍କାନାଳ ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ହିନ୍ଦୋଳ ଅଞ୍ଚଳରେ ହାତୀ ଆକ୍ରମଣ ଜନିତ ଘଟଣା ବୃଦ୍ଧି ପାଉଥିବା ବେଳେ କେବେଏଭଳି ସମସ୍ୟାରୁ ଲୋକଙ୍କୁ ତ୍ରାହି ମିଳିବ ତାହା ସମୟ କହିବ।

Related posts

ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଘୋଷଣା

mahabharatanews

୧୦ରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ

mahabharatanews

ଜାଇକୋଭ୍-ଡି ଟିକାକୁ ସବୁଜ ସଂକେତ

mahabharatanews