ଓଡିଶା

ଜୁନାଗଡ଼ ଆରଏମସି ଠାରେ ଭାଜପା ପକ୍ଷରୁ ସର୍ଦ୍ଧାର ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆରଏମସି ଠାରେ ଆଜି ଭାଜପା ପକ୍ଷରୁ ସର୍ଦ୍ଧାର ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ପ୍ରଥମେ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ରାଲି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା । ଏକତା ପଦଯାତ୍ରା ସଭାରେ ଜିଲ୍ଲା ସଭାପତି ଯୁଗଳ ପୋଢ଼, ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଭାଜପାର ବରିଷ୍ଠ ନେତା ମନୋଜ ମେହେର, ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଅଜୟ ପାଣିଗ୍ରାହୀ, ପୂର୍ବତନ ନଗରପାକ ହିମାଂଶୁ ବରାଡ଼, ମୁକେଶ ଅଗ୍ରୱାଲ, ଟଙ୍କ ନାଏକ,କାଳିନ୍ଦୀ ପାଣିଗ୍ରାହୀ, ସତ୍ୟ ବେହେରା, କଲକୀ ବଣୁଆ, ପ୍ରଭୁଦତ୍ତ ପଣ୍ଡା, କାଞ୍ଚନ ବାଗ,ନୁର୍ଯ୍ୟ ମାଝୀ, ସତ୍ୟ ପଣ୍ଡା, ଯୁବନେତା ଦିବ୍ୟ ଦୀପ,ବିକ୍ରାନ୍ତ ପଟ୍ଟନାୟକ,ରଞ୍ଜନ ଜାଲ, ହାସ୍ୟ ବିଶ୍ୱାଳ, ଅଂଶୁମାନ ଯୋଶୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ମଞ୍ଚରେ ଆସିନ ଥିଲେ । ଏହି କର୍ଯ୍ୟରେ ଜିଲ୍ଲା ତଥା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ମଣ୍ଡଳ କାର୍ଯ୍ୟକର୍ତା, ବିଭିନ୍ନ ଛାମୁଆଁ ସଂଗଠନର କାର୍ଯ୍ୟକର୍ତ୍ତା, ଶତାଧିକ ମହିଳା, ପୁରୁଷ କର୍ମୀ ଉପସ୍ଥିତ ଥିଲେ । ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଓ ବିର୍ସା ମୁଣ୍ଡାଙ୍କ ଦେଶପାଇଁ ତ୍ୟାଗ ଓ ବଳିଦାନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାପକ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ଯୋଗୁଁ ଭାଜପା ଶିବିରରେ ଉତ୍ସାହ ଦେଖିବାକୁ ମିଳିଥିଲା ।

Related posts

ସ୍ଥିର ରହୁନି ସୁନାରୁପା ଦର, ପୁଣି ମହଙ୍ଗା ହେଲା ରୁପା

mahabharatanews

ଏସସିଏସ କଲେଜ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଚେତାବନୀ

mahabharatanews

ଉଦଳା ବିଜେଡି ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

mahabharatanews