ଓଡିଶାସ୍ୱାସ୍ଥ୍ୟ

ବୌଦ୍ଧ ଜିଲ୍ଲାରେ ଧାନ କିଣା ନେଇ ବସିଲା ବୈଠକ

ବୌଦ୍ଧ ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃହରେ ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡ଼ିସେମ୍ବର ୧୬ ତାରିଖ ତାରିଖରେ କଣ୍ଟାମାଲ୍ ବ୍ଳକ୍ ଓ ୨୩ ତାରିଖରେ ବୌଦ୍ଧ ଓ ହରଭଙ୍ଗା ବ୍ଳକ୍ ରେ ଧାନମଣ୍ଡି ଖୋଲିବା ନେଇ ଏହି କମିଟିରେ ଆଲୋଚନା ହୋଇଛି । ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଣ୍ଟାମାଲ୍ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗଯୋଗ ଦେଇ ଚଳିତ ବର୍ଷ ଜିଲ୍ଲାରେ ହେବାକୁ ଥିବା ଧାନ ସଂଗ୍ରହ କିପରି ସୁରୁଖୁରୁ ରେ ଧାନ କିଣା ହେବ ସେ ନେଇ ଆଲୋଚନା କରିଥିଲେ । ୧୬ ତାରିଖ ପୂର୍ବରୁ ମଣ୍ଡି ରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ, ଧାନ କିଣା ସମ୍ପର୍କ ରେ ଜିଲ୍ଲା ଯୋଗାଣ ଅଧିକାରି ଶ୍ରୀନାଥ ହାଁସଦା ଜିଲ୍ଲାରେ ଧାନ କିଣା ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଜିଲ୍ଳାର ସମସ୍ତ ମିଲର, ବିଭାଗୀୟ ଅଧିକାରୀ ମାନଙ୍କ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ ।

Related posts

ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ରାଧା ମାଧବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

mahabharatanews

ତଦନ୍ତ ପାଇଁ ଯାଇଥିବା ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକ

mahabharatanews

୧୧୦ ତମ ବିଜୁ ଜୟନ୍ତୀ ପାଳିତ

mahabharatanews