Uncategorized

ମଣିଭଦ୍ରାରେ ୩୩ ତମ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ

ନୟାଗଡ ଜିଲ୍ଲା ଗଣିଆ ବ୍ଲକର ପୁରାଣ ବର୍ଣ୍ଣିତ ମଣିଭଦ୍ରା ପାଦଦେଶରେ ଅବସ୍ଥିତ ମା’ କଳାପାଟଙ୍କ ପୀଠରେ ୩୩ତମ ବିଶ୍ୱଶାନ୍ତି ମହାଯଜ୍ଞ ରବିବାର ଶୁଭାରମ୍ଭ ହୋଇଯାଇଛି । ଚଳିତ ବର୍ଷ ସିଦ୍ଧଯୋଗୀ ସ୍ୱର୍ଗତଃ ବାବା ରାମଦାସଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ଅନୁଷ୍ଠିତ ଏହି ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାଧିବାସ ଅବସରରେ ସକାଳୁ ଯାଜ୍ଞିକ ବ୍ରାହ୍ଣଣମାନଙ୍କ ଦ୍ୱାରା ଯଜ୍ଞକର୍ତା ଓ କର୍ତିଙ୍କ କାୟାଶୁଦ୍ଧି ଓ ସଙ୍କଳ୍ପ କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ପରେ ମଧ୍ୟାହ୍ନରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯିବା ସହ ଓଡିଶାର ଗଙ୍ଗା ମହାନଦୀରୁ ଗଙ୍ଗା ଆବାହନ ହୋମ କରି ମାଳତିପୁଟ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନେ ୧୦୮ କଳସ ଶୋଭାଯାତ୍ରାରେ ଆଣି ଘଟକଳସ ସ୍ଥାପନ କରାଯାଇ ଶୁଭାଧିବାସ କରାଯାଇଥିଲା ।


ଏହି ଅବସରରେ ବାବା ରାମଦାସଙ୍କର ଅନୁଗାମୀମାନେ ମା’ କଳାପାଟଙ୍କ ଚରଣରେ ଓ ଯଜ୍ଞ ମଣ୍ଡପରେ ଗୁରୁ ରାମଦାସଙ୍କ ପାଦୁକାତଳେ ଦୀପଜାଳି ମହାଜ୍ଞର ସଫଳତା ନିମନ୍ତେ କୃପାଭିକ୍ଷା କରିବା ସହିତ ଉଦ୍‌ଘାଟନ କରିଥିଲେ । ଆସିଥିବା ଭକ୍ତମାନେ କିଭଳି ଭାବରେ ଶନ୍ତିପୁର୍ଣ ଭାବରେ ଯଜ୍ଞ ଦେଖି ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ଖାଇବାସହ ଶାନ୍ତିପୁର୍ଣ୍ଣ ଭାବରେ ଘରକୁ ଫେରିବେ ସେଥିପ୍ରତି ଯଜ୍ଞ କମିଟି ଓ ପ୍ରଶାସନ ତରଫରୁ ଚେଷ୍ଟା କରାଯାଇଛି ।

 

ପ୍ରକାଶ ଥାଉକି ସ୍ୱର୍ଗତ ବାବା ରାମ ଦାସଜୀ ମହାରାଜଙ୍କ ଦ୍ୱାରା ୧୯୯୩ ମସିହାରୁ ପ୍ରତିବର୍ଷ ଆୟୋଜିତ ଏହି ବିଶ୍ୱଶାନ୍ତି ମହାଯଜ୍ଞର ପୁର୍ଣ୍ଣାହୁତି ପ୍ରତିବର୍ଷ ଓଢଣୀ ଷଷ୍ଠୀ ତିଥିରେ ହୋଇଥାଏ । ଏହି ମହାଯଜ୍ଞର କାର୍ଯ୍ୟକ୍ରମ ୪ଦିନ ଧରି ଘୃତଯଜ୍ଞ, ନାମ ସଂକୀର୍ତନ, ହନୁମାନ ଚାଳିଶା ପଠନ, ସାଧୁ ସମ୍ମିଳନୀ, ପ୍ରବଚନ, ଭଜନ ସମାରୋହ, ଭାଗବତ ପାଠ ଇତ୍ୟାଦି କାର୍ଯ୍ୟକ୍ରମ ହେବାର ରହିଛି ବୋଲି ବାବାଙ୍କର ପଟ୍ଟଶିଷ୍ୟ ତଥା ଯଜ୍ଞ ଆୟୋଜକ କମିଟିର ସଭାପତି ଅଜୟ ପଟ୍ଟନାୟକ, ପାର୍ଥସାରଥୀ ମହାନ୍ତିଙ୍କ ଠାରୁ ସୁଚନା ମିଳିଛି । ୪ ଦିନ ଧରି ଆୟୋଜିତ ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଛି । ଘଟଣାସ୍ଥଳରେ ଖଣ୍ଡପଡା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ , ତହସିଲଦାର ଐଶ୍ୱର୍ଯ୍ୟା ସେଠ, ବିଡିଓ ଅଙ୍କୁର ଅଭିଳାଷ, ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପହଚିଂ ତଦାରଖ କରିଥିଲେ । ଅନୁରୂପ ଭାବେ ଅଗ୍ନିଶମ ବିଭାଗ , ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ମହାଯଜ୍ଞ ପରିସରରେ ଉପସ୍ଥିତ ରହିଛନ୍ତି । ଟ୍ରାଫିକ ଓ ଆଇନଶୃଙ୍ଖଳା ସମସ୍ୟା ସୁଧାରିବା ପାଇଁ ଛାମୁଣ୍ଡିଆ, କଳାପାଟ , ଡଙ୍କାରିସାହି ଆଦି ସ୍ଥାନରେ ପ୍ରାୟ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Related posts

ନୌସେନା ମୁଖ୍ୟଙ୍କ ୪ ଦିନିଆ ଶ୍ରୀଲଙ୍କା ଗସ୍ତ

mahabharatanews

୨ରେ ରିଲିଜ ହେବ ଡଙ୍କି ଟିଜର୍ 

mahabharatanews

ଅଜ୍ଞାତ ବନ୍ଧୁକଧାରୀ ଗୁଳିରେ ଡାକ୍ତରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

mahabharatanews