ମଦ୍ୟପ ମିନିଟ୍ରକ ଡ଼୍ରାଇଭରର ସିରିଜ ଦୁର୍ଘଟଣା। ଏକ ଚିପ୍ସ ବୋଝେଇ ମିନି ଟ୍ରକ କଟକ ଜୁଡିସିଆଲ ଏକାଡେମୀ ଛକରେ ପ୍ରଥମେ ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇଥିଲା ଓ ପରେପରେ ଡଗରପଡା ହନୁମାନ ମନ୍ଦିର ଛକରେ ଏକ ବାଇକ୍ ରେ ଯାଉଥିବା ମହିଳା ଓ ଜଣେ ବ୍ୟକ୍ତିଙ୍କୁ ସିରିଜ ଦୁର୍ଘଟଣା ଘଟାଇ ଫେରାର ହେଇଯାଉଥିବା ବେଳେ ସ୍ଥାନୀୟ ଲୋକେ ମଦ୍ୟପ ଡ୍ରାଇଭରକୁ କୌଶଳ କ୍ରମେ କାବୁ କରିଥିଲେ। ଅଟୋ ଡ୍ରାଇଭର,ଓ ଜଣେ ଛୋଟ ପିଲା ସମେତ ମୋଟ ୪ ଜଣ ଆହତ ହୋଇ ମେଡିକାଲ ରେ ଭର୍ତି ହୋଇଛନ୍ତି। ତେବେ ସେପଟେ ମଦ୍ୟପ ଡ୍ରାଇଭର କୁ ପୋଲିସ୍ ଅଟକ ରଖିବା ସହ ମିନିଟ୍ରକ କୁ ଜବତ୍ କରିଛି ।
previous post
next post
