ଓଡିଶା

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ 2025- 2026

ଗଜପତି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ 2025 -2026 ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହନାଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର ମାସ ୩୦ ତାରିଖରୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡିରୁ ଧାନ କ୍ରୟ ନିମନ୍ତେ ବିଭିନ୍ନ ବିଷୟ ଉପରେ ବିଶେଷ ଆଲୋଚନା ହୋଇଥିଲା । ଏହି ବୈଠକରେ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଡି ଆର ସି ଏସ୍ ହରିହର ସେଠ,ଡି ଏସ୍ ପି ଅମିତାଭ ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରକାଶ ରାଓ,ସଂସଦ ପ୍ରତିନିଧି ଆର ବିଜୟ କୁମାର ପ୍ରମୁଖ ମଞ୍ଚାସିନ ଥିଲେ। ବୈଠକରେ ପ୍ରଥମେ  ଆର ଏମ୍ ସି ସେକ୍ରେଟାରୀ ରେବତୀ ରାଉତ  ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ନେବାକୁ ମତ ଦେଇଥିଲେ । ଡିସେମ୍ବର ୩୦ ତାରିଖ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ  କିଣିବାକୁ ଧାର୍ଯ୍ୟ ରଖାଯାଇଛି । ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ଚାଷୀ ପ୍ରତିନିଧି, ମିଲର ସଭାପତି,ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related posts

ମୁଖ୍ୟମନ୍ତ୍ରୀଙ୍କ ୨୯ଟି ପ୍ରକଳ୍ପ

mahabharatanews

ବଢୁଛି ଡେଙ୍ଗୁର ପ୍ରାଦୁର୍ଭାବ,ମଶା ଶରୀରରେ ପରିବର୍ତ୍ତନ

mahabharatanews

ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

mahabharatanews