ଓଡିଶା

ଶୁଭଙ୍କର ମିଶ୍ରଙ୍କ ବଢ଼ିଲା ଅଡ଼ୁଆ

ଶୁଭଙ୍କର ମିଶ୍ର ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେବା ପରେ ଅସନ୍ତୋଷ ତେଜିଛି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଶୁଭଙ୍କର ମିଶ୍ରାଙ୍କ ନାଁରେ ସିଂହଦ୍ୱାରା ଥାନାରେ ଏତଲା । ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଏହି ଏତଲା ଦେଇଛନ୍ତି । ବଢିଚାଲିଛି ଶୁଭଙ୍କର ମିଶ୍ରାଙ୍କ ଅଡୁଆ । ସିଂହଦ୍ଵାର ଥାନାରେ ଏତଲା ଦେଲେ ବରିଷ୍ଠ ସେବକ ଗୌରହରି ପ୍ରଧାନ। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିଷୟରେ ସୋସିଆଲ ମିଡିଆରେ ଅପପ୍ରଚାର କରିଥିଲେ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରା । ପୁରୀ ଜିଲ୍ଲାପାଳ ବି କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି । ଶ୍ରୀମନ୍ଦିରକୁ ନେଇ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ।

ପ୍ରେମୀଯୁଗଳଙ୍କୁ ବିବାହ ପୂର୍ବରୁ ଶ୍ରୀମନ୍ଦିର ଯିବାକୁ ବାରଣ କରିଥିଲେ ଶୁଭଙ୍କର। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡ଼ିଛି ବୋଲି ମଧ୍ୟ କହିଥିଲେ ଶୁଭଙ୍କର ମିଶ୍ର । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶୁଭଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି ପୁରୀ ଜିଲ୍ଲା ପ୍ରଶାସନ। ସେପଟେ ଆଜି ଶୁଭଙ୍କରଙ୍କ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦେଲେ ବରିଷ୍ଠ ସେବକ ଗୌରହରି ପ୍ରଧାନ। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିଷୟରେ ଅପପ୍ରଚାର ଅଭିଯୋଗରେ ଏତଲା। ସୋସିଆଲ ମିଡିଆରେ ଅପପ୍ରଚାର ପାଇଁ ଦେଲେ ଏତଲା। ଗତକାଲି ପୁରୀ ଜିଲ୍ଲାପାଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କହିଥିଲେ। ପୁରୀ ଜିଲ୍ଲାପାଳ କହିଥିଲେ, ଶ୍ରୀମନ୍ଦିରକୁ ପ୍ରେମୀ ଯୁଗଳ ଆସିଲେ ବ୍ରେକଅପ୍ ହୋଇଯାଏ ବୋଲି ଯେଉଁ ଅରୁଚିକର ମନ୍ତବ୍ୟ ରଖିଛନ୍ତି ଶୁଭଙ୍କର, ତାହା ଉପରେ ଶ୍ରୀମନ୍ଦିର ପ୍ରଚାର ପ୍ରସାର ସବ୍ କମିଟି ତର୍ଜମା କରୁଛି। ଯେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଭ୍ରମାତ୍ମକ ତଥ୍ୟ ରଖିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସଂପର୍କରେ କୌଣସି ପ୍ରକାର ଭୁଲ୍ ତଥ୍ୟ କି ଭ୍ରମାତ୍ମକ ଖବର ପ୍ରସାରଣରୁ ବିରତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଶ୍ରୀମନ୍ଦିରକୁ ପ୍ରେମୀ ଯୁଗଳ ଗଲେ ବ୍ରେକଅପ୍ ହୋଇଯିବ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଶୁଭଙ୍କର। ଯାହାକୁ ନେଇ ସେ ଏବେ ଅଡୁଆରେ ପଡିଛନ୍ତି।

Related posts

ଲାଞ୍ଜି ଠାରେ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଉପଲକ୍ଷେ ସଚେତନତା ସଭା

mahabharatanews

ହିଞ୍ଜିଳିରେ ଡାକବାଜି ଯନ୍ତ୍ରରେ ପୋଲିସର ସଚେତନତା

mahabharatanews

୧୧୭ କ୍ଵିଣ୍ଟାଲ ମହୁଲ ଜବତ 

mahabharatanews