ଓଡିଶା

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2025 ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ନିକଟରୁ ଏକ ରାଲି ବାହାରି ବିଜୁ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହାନାଙ୍ଗା ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ।ପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2025 ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହାନାଙ୍ଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଏମ୍ ଏମ୍ ଅଲ୍ଲି ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସ୍ୱାଗତ କରାଯାଇଥିଲା। ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗଜପତି କଳା ପରିଷଦ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।

ସାମାଜିକ ସୁରକ୍ଷା ଅଧିକାରୀ ଉତ୍ସର୍ଗୀତା ବଡ଼ରଇତ ଅତିଥି ପରିଚୟ,ସ୍ୱାଗତ ଭାଷଣ ଓ ବିବରଣୀ ପଠନ ପ୍ରଦାନ କରିଥିଲେ। ପ୍ରଗତିର ଅଗ୍ରଗତି ନିମନ୍ତେ ଅକ୍ଷମତା ଅନ୍ତର୍ଭୁକ୍ତ ସମାଜକୁ ପ୍ରୋତ୍ସ।ହନ କରିବା ଆଜିର ପ୍ରସଙ୍ଗ ଉପରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ। ବିଭିନ୍ନ ପ୍ରତିଯୋଗିତା କରାଯାଇ ଥିଲା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ନୂତନ ଭତ୍ତା ବଣ୍ଟନ,ବୈବାହିକ ପ୍ରୋତ୍ସାହନ ରାଶି ପ୍ରଦାନ ଏବଂ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଭିନ୍ନକ୍ଷମଙ୍କ ସନ୍ତାନଙ୍କୁ ଶିକ୍ଷା ବୃତ୍ତି ବଣ୍ଟନ  କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଆର ଉଦୟଗିରି  ବ୍ଳକର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଜୁନାଗଡ଼ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୬ ଉଦଘାଟିତ

mahabharatanews

ଯକ୍ଷ୍ମା ରୁ କିଭଳି ମୁକ୍ତି ପାଇବେ ତାହାର ସଚେତନତା…

mahabharatanews

୨ରେ ବାତ୍ୟା ; ୭ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ 

mahabharatanews