ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସକାଳ ୯ଟାରୁ ସାଢ଼େ ୧୧ଟା ଯାଏ ପରୀକ୍ଷା ଚାଲିବ । ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ଦିଆଯିବ । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି। ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବୋର୍ଡ ତରଫରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ପରୀକ୍ଷା ମଝିରେ ଗୋଟିଏ ଦିନ ଗ୍ୟାପ୍ ଦିଆଯାଇଛି । ୩୧୩ ନୋଡାଲ ସେଣ୍ଟର, ୩ ହଜାରରୁ ଉର୍ଦ୍ଧ୍ଵ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ପରି ପ୍ରଶ୍ନପତ୍ରରେ କ୍ୟୁଆର କୋଡ୍ ଓ ୱାଟର ମାର୍କ ରହିବ ବୋଲି ବୋର୍ଡ ସଭାପତି କହିଛନ୍ତି ।

ମାଟ୍ରିକ୍ ପରୀକ୍ଷା ସୂଚୀ:-
ଫେବୃଆରୀ ୧୯- ମାତୃଭାଷା (ଓଡ଼ିଆ/ହିନ୍ଦୀ)
ଫେବୃଆରୀ ୨୦- ସଂସ୍କୃତ ବ୍ୟାକରଣ ଓ ଦର୍ଶନ
ଫେବୃଆରୀ ୨୧- ଇଂରାଜୀ
ଫେବୃଆରୀ ୨୩- ସଂସ୍କୃତ ସାହିତ୍ୟମ୍
ଫେବୃଆରୀ ୨୪- ପ୍ରୟୋଗାତ୍ମକ ସଂସ୍କୃତ
ଫେବୃଆରୀ ୨୫- ବିଜ୍ଞାନ
ଫେବୃଆରୀ ୨୭- ସାମାଜିକ ବିଜ୍ଞାନ
ମାର୍ଚ୍ଚ ୨- ଗଣିତ ପରୀକ୍ଷା

