ଓଡିଶାଖେଳଦେଶ ବିଦେଶ

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତି

ବାରବାଟୀରେ ହାଇଭୋଲଟେଜ୍ ମ୍ୟାଚ ପାଇଁ ଅପେକ୍ଷା ଶେଷ ହୋଇଛି । ବହୁ ପ୍ରତୀକ୍ଷିତ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । ଉଭୟ ଦଳର ଖେଳାଳି କଡା ସୁରକ୍ଷା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ପହଂଚିଥିଲେ । ସନ୍ଧ୍ୟା ୬ଟା ୩୦ରେ ଟସ୍‌ ପଡ଼ିଥିଲା । ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରିବା କୁ ନିଷ୍ପତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ତେବେ ଗତକାଲି ଉଭୟ ଟିମ୍ ୩ ଘଣ୍ଟିଆ ଅଭ୍ୟାସ୍ କରିଥିଲେ । ଏପରିକି ଟିମ୍ ଇଣ୍ଡିଆର ୪ ଖେଳାଳି ଏବଂ କୋଚ୍ ଆଜି ସକାଳେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଛନ୍ତି । ୩ ଥାକିଆ ସୁରକ୍ଷା ବଳୟରେ ରହିଛି ବାରବାଟୀ ଷ୍ଟାଡିୟମ ।Barabati T20I Clash: Team India To Bat First At Cuttack After SKY Loses  Another Toss | OdishaBytes

Related posts

ଏହି ଜିଲ୍ଲାରେ ଖୋଲିଲା ମଠ ମନ୍ଦିର

mahabharatanews

ବିଶିଷ୍ଟ ଲେଖକ, ସ୍ତମ୍ଭକାର ଅଭୟ ସିଂଙ୍କ ପରଲୋକ

mahabharatanews

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ପୁସ୍ତକ ମେଳା ଉଦଘାଟିତ

mahabharatanews