ଦେଶ ବିଦେଶଭାରତ

ଗୋଆ ଅଗ୍ନିକାଣ୍ଡ ପରେ ଫେରାର ହେଲେ ମାଲିକ

ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଏବେ ଖୋଳତାଡ଼ ଚଳାଇଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ତଥା ନାଇଟ୍ କ୍ଲବର ମାଲିକଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଥିଲା ପୋଲିସ । ହେଲେ ଇଣ୍ଡିଗୋ ଫ୍ଲାଇଟରେ ମାଲିକ ଛୁ । ଅଗ୍ନିକାଣ୍ଡର ୬ ଘଣ୍ଟା ପରେ ଫୁକେଟ୍ ପଳାଇଲେ ୨ ମାଲିକ । ଦିଲ୍ଲୀର ଉଦ୍ୟୋଗପତି ସୌରଭ ଓ ଗୌରଭ ଲୁଥ୍ରା ଇଣ୍ଡିଗୋ ଫ୍ଲାଇଟରେ ଫୁକେଟ ପଳାଇଛନ୍ତି । ଏହି ଘଟଣାରେ କ୍ଲବ ମାଲିକଙ୍କ ବିରୋଧରେ ପରିଚାଳନାଗତ ଅବ୍ୟବସ୍ଥା ଏବଂ ଏକାଧିକ ନିୟମ ଉଲ୍ଲଂଘନ କରିଥିବାର ଅଭିଯୋଗ ରହିଛି । କ୍ଲବର ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା ଦେଶ ଛାଡ଼ି ଚାଲି ଯାଇଛନ୍ତି । ଇଣ୍ଡିଗୋ ବିମାନ ଯୋଗେ ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡର ଫୁକେଟ୍କୁ ଚାଲି ଯାଇଛନ୍ତି ବୋଲି ଜଣାପଡ଼ିଛି । ଶନିବାର ଗୋଆର ‘ବର୍ଚ ବାଏ ରୋମିଓ ଲେନରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୋଆ ସରକାର ଏହି ଦୁର୍ଘଟଣା ପରେ ଗୋଆ ନାଇଟ କ୍ଲବର ମାଲିକମାନଙ୍କ ବିରୋଧରେ ନୋଟିସ ଜାରି କରିଥିଲେ ।

ତେବେ ସେମାନେ ଅଗ୍ନିକାଣ୍ଡର ମାତ୍ର ୬ ଘଣ୍ଟା ପରେ ଦେଶ ଛାଡି ଚାଲି ଯାଇଥିବା ଜଣାପଡିଛି । ଗତ ଶନିବାର ରାତି ପ୍ରାୟ ୧୧:୪୫ରେ ଗୋଆ ନାଇଟ କ୍ଲବରେ ନିଆଁ ଲାଗିଥିଲା । ଦିଲ୍ଲୀ ବିମାନବନ୍ଦରରୁ ଯାତ୍ରା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଗୋଆ ପୋଲିସ ଗତକାଲି ସେମାନଙ୍କ ବିରୋଧରେ ହତ୍ୟା ଉଦ୍ଦେଶ୍ୟ ନ ରଖି ପ୍ରାଣହାନି ଘଟାଇବା ଅଭିଯୋଗରେ ମାମଲା ରୁଜୁ କରିଥିଲା । ପୋଲିସର ଏକ ଟିମ୍ ସେମାନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲା । ସେମାନେ ଅନୁପସ୍ଥିତ ଥିବାରୁ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଥିଲା । କିନ୍ତୁ ସେତେବେଳକୁ ଦୁଇ ଭାଇ ଦେଶ ଛାଡି ସାରିଥିଲେ, ଯାହା ସୂଚାଉଛି ଯେ କର୍ତ୍ତୃପକ୍ଷ ଧରିବା ପୂର୍ବରୁ ସେମାନେ ତରବରିଆ ଭାବେ ଖସି ପଳାଇଥିଲେ । ଗୋଆ ପୋଲିସ ସୂତ୍ର ଅନୁଯାୟୀ, ଅଗ୍ନିକାଣ୍ଡ ଘଟିବା ରାତିରେ ହିଁ ଗୌରବ ଓ ସୌରଭ ଲୁଥ୍ରା ମୁମ୍ବାଇରୁ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ସେମାନେ ଇଣ୍ଡିଗୋ ବିମାନରେ ଫୁକେଟ୍ ଯାଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, “ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଗୋଆ ପୁଲିସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମାଧ୍ୟମରେ ଇଣ୍ଟରପୋଲ୍ ସହାୟତା ନେବାକୁ ପଦକ୍ଷେପ ନେଇଛି” ।

Related posts

“ଲୋକସଭା ନିର୍ବାଚନରେ ​ବିଜେପି ୧୦୦ଟି ଆସନ ମଧ୍ୟ ପାଇବେ ନାହିଁ”: ସଞ୍ଜୟ ସିଂ

mahabharatanews

ସଭାପତି ପଦର ଦାୟୀତ୍ୱ ନେଲେ ଖଡଗେ

mahabharatanews

ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କଲା ସପ୍ତମ ଭାରତୀୟ ଏଲ୍‌ପିଜି ଟ୍ୟାଙ୍କର୍

mahabharatanews