ଓଡିଶା

ମାଲକାନଗିରିରେ ଆଉ ୧୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରିରେ ଆଉ ୧୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା । ଆସନ୍ତାକାଲି ଦିନ ୧୨ ଟା ଯାଏଁ ବଳବତ୍ତର ରହିବ କଟକଣା । ଏନେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ ଜାରି କରିଛନ୍ତି ନିର୍ଦେଶନାମା । କିନ୍ତୁ ଏଥିରୁ ସରକାରୀ ବ୍ୟାଙ୍କ,ରେଲ୍ୱେ ସେବା ମୁକ୍ତ ରହିବ । ସେହିପରି ଗତକାଲି ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ରହିଥିଲା । ମାଲକାନଗିରି ଏମଭି-୨୬ ଗାଁରେ ଉତ୍ତେଜନା ଘଟଣାରେ ପ୍ରଶାସନ ଏହି ପଦକ୍ଷେପ ନେଇଥିଲା । ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଲାଗି ରହିଛି ଉତ୍ତେଜନା ।

10 Solutions If WiFi is Connected but No Internet Connection

ସୂଚନାନୁସାର,କିଛି ଦିନ ତଳେ ରାଖାଲଗୁଡ଼ା ଗାଁର ଜଣେ ୫୦ ବର୍ଷୀୟା ଆଦିବାସୀ ମହିଳା, ଲାକେ ପାଡିଆମିଙ୍କ ମୃତଦେହ ପୋଟେରୁ ନଦୀ କୂଳରୁ ମିଳିଥିଲା । ମୃତଦେହର ମୁଣ୍ଡ ନଥିଲା ଏବଂ ତାହା ଏପର୍ଯ୍ୟନ୍ତ ମିଳିନାହିଁ । ରାଖାଲଗୁଡ଼ା ଗାଁର ଲୋକେ ସନ୍ଦେହ କରୁଛନ୍ତି ଯେ ଏମଭି-୨୬ ଗାଁର କିଛି ଲୋକ ପୁରୁଣା ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୋଲିସ ହତ୍ୟାକାରୀଙ୍କୁ ଗିରଫ ନ କରିବାରୁ ଏବଂ କଟା ମୁଣ୍ଡ ଉଦ୍ଧାର ନ ହେବାରୁ ରାଖାଲଗୁଡ଼ା ଗାଁ ଲୋକେ ରାଗି ଯାଇଥିଲେ । ପ୍ରତିବାଦରେ ଶହ ଶହ ଲୋକ ଏମଭି-୨୬ ଗାଁକୁ ଯାଇ ଭଙ୍ଗାରୁଜା କରୁଛନ୍ତି । ଅନେକ ଘରେ ନିଆଁ ଲଗାଉଛନ୍ତି । ଭୟରେ ଏମଭି ୨୬ ଗାଁର ଲୋକେ ଘର ଛାଡ଼ି ପଳାଇଛନ୍ତି ।

Internet shutdown in Malkangiri extended by 18 hours amid tension

Related posts

ଟ୍ରକ୍ ଧକ୍କାରେ ୨ ଡ୍ରାଇଭର ମୃତ

mahabharatanews

କେଦାରନାଥରେ ବାଦଲଫଟା ବର୍ଷା: ଫସିଛନ୍ତି ୪ ଓଡ଼ିଆ

mahabharatanews

ଯୁବଶିଳ୍ପୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

mahabharatanews