ଓଡିଶା

ମାଲକାନଗିରିରେ ଆଉ ୧୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରିରେ ଆଉ ୧୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା । ଆସନ୍ତାକାଲି ଦିନ ୧୨ ଟା ଯାଏଁ ବଳବତ୍ତର ରହିବ କଟକଣା । ଏନେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ ଜାରି କରିଛନ୍ତି ନିର୍ଦେଶନାମା । କିନ୍ତୁ ଏଥିରୁ ସରକାରୀ ବ୍ୟାଙ୍କ,ରେଲ୍ୱେ ସେବା ମୁକ୍ତ ରହିବ । ସେହିପରି ଗତକାଲି ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ରହିଥିଲା । ମାଲକାନଗିରି ଏମଭି-୨୬ ଗାଁରେ ଉତ୍ତେଜନା ଘଟଣାରେ ପ୍ରଶାସନ ଏହି ପଦକ୍ଷେପ ନେଇଥିଲା । ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଲାଗି ରହିଛି ଉତ୍ତେଜନା ।

10 Solutions If WiFi is Connected but No Internet Connection

ସୂଚନାନୁସାର,କିଛି ଦିନ ତଳେ ରାଖାଲଗୁଡ଼ା ଗାଁର ଜଣେ ୫୦ ବର୍ଷୀୟା ଆଦିବାସୀ ମହିଳା, ଲାକେ ପାଡିଆମିଙ୍କ ମୃତଦେହ ପୋଟେରୁ ନଦୀ କୂଳରୁ ମିଳିଥିଲା । ମୃତଦେହର ମୁଣ୍ଡ ନଥିଲା ଏବଂ ତାହା ଏପର୍ଯ୍ୟନ୍ତ ମିଳିନାହିଁ । ରାଖାଲଗୁଡ଼ା ଗାଁର ଲୋକେ ସନ୍ଦେହ କରୁଛନ୍ତି ଯେ ଏମଭି-୨୬ ଗାଁର କିଛି ଲୋକ ପୁରୁଣା ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୋଲିସ ହତ୍ୟାକାରୀଙ୍କୁ ଗିରଫ ନ କରିବାରୁ ଏବଂ କଟା ମୁଣ୍ଡ ଉଦ୍ଧାର ନ ହେବାରୁ ରାଖାଲଗୁଡ଼ା ଗାଁ ଲୋକେ ରାଗି ଯାଇଥିଲେ । ପ୍ରତିବାଦରେ ଶହ ଶହ ଲୋକ ଏମଭି-୨୬ ଗାଁକୁ ଯାଇ ଭଙ୍ଗାରୁଜା କରୁଛନ୍ତି । ଅନେକ ଘରେ ନିଆଁ ଲଗାଉଛନ୍ତି । ଭୟରେ ଏମଭି ୨୬ ଗାଁର ଲୋକେ ଘର ଛାଡ଼ି ପଳାଇଛନ୍ତି ।

Internet shutdown in Malkangiri extended by 18 hours amid tension

Related posts

ବସ୍ ଓଲଟି ୧୦ ଯାତ୍ରୀ ଆହତ

mahabharatanews

ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍

mahabharatanews

ବନ୍ଦ ରହିବ ନବଯୌବନ ଦର୍ଶର୍ନ, ପରିଚାଳନା କମିଟି ବୈଠକରେ ନିଷ୍ପତି

mahabharatanews