ବାଲିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶିକ୍ଷୟତ୍ରୀ ଅଞ୍ଜଳି କୁମାରୀ ସ୍ବାଇଁଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘ ତିନି ଦଶନ୍ଧିର ସଫଳ ଶିକ୍ଷକତା ଜୀବନରୁ ଅବସର ନେଇଥିଲେ ଲୋକପ୍ରିୟ ଶିକ୍ଷୟିତ୍ରୀ ଅଞ୍ଜଳୀ କୁମାରୀ ସ୍ବାଇଁ। ପାରାଦୀପ ଉପକଣ୍ଠ ବାଲିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ବାଲିଡିଆ ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବ ରେ ନୂଆଗଡ ସରପଞ୍ଚଙ୍କ ସମେତ ବିଭିନ୍ନ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମର ମୁରବୀ ମାନେ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କ ଗୁଣଗାନ କରିଥିଲେ। ପୂରାତନ ଛାତ୍ରଛାତ୍ରୀମାନେ ବିଦାୟୀ ଶିକ୍ଷୟିତ୍ରୀଙ୍କ ସହ ମଧୁର ସଂପର୍କ ଓ ଶିକ୍ଷାଦାନର ଅଭୁଲା ସ୍ମୃତିକୁ ମନେ ପକାଇଥିଲେ।
ଏହି ଉତ୍ସବରେ ବିଦାୟ କାଳୀନ ଶିକ୍ଷୟିତ୍ରୀ ଅଞ୍ଜଳୀ କୁମାରୀ ସ୍ବାଇଁଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ତରଫରୁ ମାନପତ୍ର ଉପଢୌକନ ଦିଆଯାଇଥିବା ବେଳେ ଆଖପାଖ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ତରଫରୁ ପୁଷ୍ପମାଲ୍ୟ ଉପଢୌକନ ସହ ବିଭିନ୍ନ ଉପକରଣ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବାଲିଡିଆ ଉଚ ପ୍ରାଥମିକ ବିଦ୍ୟାଳୟରେ ୯ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିଥିଲେ ମଧ୍ୟ ପିଲାମାନେ ଅଞ୍ଜଳୀ ଦିଦିଙ୍କୁ ଭୂଲି ପାରିନାହାନ୍ତି। ଯାହାକି ଗୁରୁ ଆଉ ଶିଷ୍ୟଙ୍କ ପାଇଁ ଏହା ଏକ ବଡ ଉଦାହରଣ ବୋଲି କହିଛନ୍ତି ପୂରାତନ ଛାତ୍ର। ଏହି ଅବସରରେ ଜଗତସିଂହପୁର ଜିଲ୍ଲାରେ ଦୀର୍ଘ ତିନି ଦଶନ୍ଧି ଧରି ଶିକ୍ଷକତା ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହ ଭାବପୁର୍ଣ୍ଣ ବିଦାୟ ଉତ୍ସବ ରେ ଜୀବନର ସୁଖସମୃଦ୍ଧି କାମନା କରାଯାଇଥିଲା।
