ଓଡିଶା

ପୁରୀରୁ ତାଳବଣିଆ କୋର୍ଟ ସ୍ଥାନାନ୍ତରକୁ ଓକିଲ ସଂଘର ବିରୋଧ

ପୁରୀରୁ ତାଳବଣିଆ ସ୍ଥାନାନ୍ତରିତ ହେବ କୋର୍ଟ। ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ୧୦ମାସ ହେଲା ସତ୍ୟାଗ୍ରହ କରିଆସୁଛନ୍ତି ପୁରୀ ଓକିଲ ସଂଘ। କୋର୍ଟ ବର୍ଜନ କରିଥିବା ବେଳେ ଆଜି ଅଠରନଳା ରାଜପଥ ଅବରୋଧ କରିଛନ୍ତି। ଭୁବନେଶ୍ୱର ଆଡୁ ଆସୁଥିବା ଚାରି ଚକିଆ ଯାନ ପୁରୀ ସହରକୁ ଛଡ଼ା ଯାଉନାହିଁ । ସ୍କୁଲ୍ ବସ୍, ଆମ୍ବୁଲାନ୍ସ ଆଦି ଜରୁରୀ ସେବାରେ ନିୟୋଜିତ ଜାନ ଚଳାଚଳ ସ୍ବାଭାବିକ ରହିଛି। ତେବେ ସରକାର ଏହି ନିଷ୍ପତ୍ତିରୁ ଓହରି ଯାଆନ୍ତୁ। ପୁରୀ କୋର୍ଟ ଏକ ଐତିହାସିକ କୋର୍ଟ। ଏହି କୋର୍ଟ ସହ ଗୋପବନ୍ଧୁ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପରିବାର ଜଡ଼ିତ ଥିଲେ। ସରକାର ଯେପର୍ଯ୍ୟନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଓକିଲ ସଂଘ।

Related posts

୨୧ ହଜାର ଟନ ପିଆଜ ଆମଦାନୀ କରିବ ଭାରତ

mahabharatanews

କଟକରେ ଭସାଣ ବେଳେ ଯାନବହାନ ଚଳାଚଳ ଉପରେ ବାରଣ

mahabharatanews

ବହୁମୁଖୀ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews