bharatଦେଶ ବିଦେଶପ୍ରଯୁକ୍ତିଭାରତଯୋଗାଯୋଗଵାଣିଜ୍ୟ

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ସମୟରେ ମଝି ଆକାଶରେ ଅଚଳ ହୋଇଗଲା ବିମାନର ଗୋଟିଏ ଇଞ୍ଜିନ୍

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ସମୟରେ ମଝି ଆକାଶରେ ଅଚଳ ହୋଇଗଲା ବିମାନର ଗୋଟିଏ ଇଞ୍ଜିନ୍ । ପ୍ଲେନ୍ ସାରା ଖେଳିଗଲା ଭୟର ବାତାବରଣ । ସୂଚନା ଅନୁଯାୟୀ ଏୟାର ଇଣ୍ଡିଆର ବିମାନ ବୋଇଂ ୭୭୭ (Boeing ୭୭୭) ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏହାର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ମଝି ଆକାଶରେ ବିମାନର ନିରାପତ୍ତା ବିପନ୍ନ ହେବା ଆଶଙ୍କା କରି ତୁରନ୍ତ ବିମାନଟିକୁ ପୁନର୍ବାର ଦିଲ୍ଲୀ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା। ଏବଂ ପରବର୍ତ୍ତୀ ସମୟରେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା ତେବେ ଉକ୍ତ ବିମାନରେ ଥିବା କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କ କିଛି କ୍ଷତି ହୋଇନଥିବା ଜଣାପଡିଛି ।

ଖବର ମୁତାବକ ଏୟାର ଇଣ୍ଡିଆର ବିମାନ ନମ୍ବର ଇଓ ୮୮୭ ସୋମବାର ସକାଳ ସମୟରେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ବିମାନର ଡାହାଣ ପାର୍ଶ୍ୱରେ ଥିବା ଇଞ୍ଜିନ୍‌ରେ ଅଏଲ ପ୍ରେସର କମ୍ ଥିବା ଦେଖିଥିଲେ ପାଇଲଟ। ସଂଗେସଂଗେ ଅଏଲ ପ୍ରେସର ଜିରୋକୁ ଖସିଯିବାରୁ ଏମର୍ଜେନ୍ସି ଅବସ୍ଥା ସୃଷ୍ଟି ହୋଇଥିଲା। ଦୁଇଟି ଇଞ୍ଜିନ୍ ବିଶିଷ୍ଟ ବିମାନ ଗୋଟିଏ ଇଞ୍ଜିନ୍ ସହାୟତାରେ ସୁରକ୍ଷିତ ଭାବେ ଅବତରଣ କରିବାର କ୍ଷମତା ରଖିଥାଏ। ତେଣୁ ପାଇଲଟ୍ ତୁରନ୍ତ ନିଷ୍ପତ୍ତି ନେଇ ବିମାନଟିକୁ ଦିଲ୍ଲୀ ଫେରାଇ ଆଣିଥିଲେ ଏବଂ ଏହା ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିଥିଲା। ଏହି ଘଟଣା ପରେ ଡିଜିସିଏ (DGCA) ସ୍ଥିତି ଉପରେ ନଜର ରଖିଥିଲେ ଏବଂ ଯାତ୍ରୀମାନଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଏହାର ପରବର୍ତ୍ତୀ ସମୟରେ ଯାତ୍ରୀଙ୍କ ପାଇଁ ଏକ ବିକଳ୍ପ ବିମାନ ମାଧ୍ୟମରେ ମୁମ୍ବାଇ ପଠାଇବାର ବ୍ୟବସ୍ଥା କରାଯାଇଥିଲା।

Related posts

ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ସୁଧୁରୁନି ପାକିସ୍ତାନ

mahabharatanews

ଆପ୍ ନେତା ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ୍

mahabharatanews

ଜାମ୍ମୁ କାଶ୍ମୀର ସୁରକ୍ଷା ସମୀକ୍ଷା ପାଇଁ ଏଲଜି ଏବଂ ଏନଏସଏଙ୍କ ସହ ଅମିତ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews