ଓଡିଶା

ଆଠଗଡ଼ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

ଆଠଗଡ଼ର ଚତୁଃପାର୍ଶ୍ଵରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ସରକାର ଚିହ୍ନଟ କରି ସେଗୁଡ଼ିକର ଉନ୍ନତୀକରଣ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ଏହା ସହିତ ଏଠି ବିଭିନ୍ନ କଳ କାରଖାନା ପ୍ରତିଷ୍ଠା ହେବା ସହ ଯୁବ ସମାଜ ଅଧିକ ରୋଜଗାରକ୍ଷମ ହୋଇପାରିବେ। ଶିଳ୍ପ ପର୍ଯ୍ୟଟନ ଏବଂ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଆଜି ଦିନର ଆହ୍ବାନ ବୋଲି ଆଠଗଡ଼ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ସାଂସଦ ଭର୍ତ୍ତୃହରି ମହତାବ କରିଛନ୍ତି।

ଏହା ସହିତ ଗଜପତିଙ୍କ କାଞ୍ଚି ଅଭିଯାନ ସମୟରେ ଗଜପତି ପୁରୁଷୋତ୍ତମ ଦେବଙ୍କ ସହ ପଦ୍ମାବତୀଙ୍କ ବିବାହରେ ଅଠଗଡ଼ ରାଜାଙ୍କ ଭୂମିକା ଏବଂ ଗଡ଼ଜାତ ମିଶ୍ରଣ ଆନ୍ଦୋଳନରେ ଆଠଗଡ଼ ରାଜାଙ୍କ ଭୂମିକା ଅନନ୍ୟ ବୋଲି ଭର୍ତ୍ତୃହରି ମହତାବ କହିଥିଲେ। ଏହି ଅବସରରେ ଆଠଗଡ଼ ମହୋତ୍ସବ ପଡ଼ିଆର ନବୀକରଣ ଏବଂ ଗ୍ରୀନରୁମ୍‌କୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଉଦ୍‌ଘାଟନ କରିଥିଲେ। ଆଠଗଡ଼ ମହୋତ୍ସବର ମୁଖପତ୍ର ‘ଅଷ୍ଟୟନ’କୁ  ଅତିଥି ମାନେ ଉନ୍ମୋଚନ କରିଥିଲେ।ମହୋତ୍ସବ କମିଟି ଉପଦେଷ୍ଟା ଅଭୟ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ପାର୍ଥ ସାରଥୀ ପଟ୍ଟନାୟକ ସଂଯୋଜନା କରିଥିଲେ।

Related posts

ଓଡିଶାକୁ ନାହିଁ ବାତ୍ୟାର ଭୟ !

mahabharatanews

୪ ଟା ୫୬ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ

mahabharatanews

ହନୁମାନ ପଇସା ଲୋଭ ଦେଖାଇ ଲୁଟ ,୫ ଗିରଫ

mahabharatanews