ଅପରାଧଓଡିଶା

ଏକୁଟିଆ ଦେଖି ଦିବ୍ୟାଙ୍ଗ ମହିଳାଙ୍କୁ ଅସଦାଚରଣ

ପୁରୀ ବ୍ରହ୍ମଗିରି ଅଞ୍ଚଳରୁ ଆସିଛି ଜଣେ ଦିବ୍ଯାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ବ୍ରହ୍ମଗିରି ଥାନାରେ ରୁଜୁ ହୋଇଛି ମାମଲା। କେଶ୍ ନମ୍ବର ୫୨୭/୨୫ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ପିଡିତାଙ୍କୁ ଡାକ୍ତରି ମାଇନା କରାଯାଇଛି। ତେବେ ଗତ ୨୬ତାରିଖ ସଂନ୍ଧ୍ୟାରେ ଘଟିଥିଲା ଅମାନବୀୟ ଘଟଣା । ରେବଣା ନୁଆଗାଁ ଅଞ୍ଚଳର ଅଭିଯୁକ୍ତ ବିଭିନ୍ନ ସମୟରେ ପିଡିତାଙ୍କ ଘରକୁ ଯିବା ଆସିବା କରୁଥିଲେ। ପରିବାର ସହ ଭଲ ସମ୍ପର୍କ ଥିଲା। କିନ୍ତୁ ଅଭିଯୁକ୍ତ ମନରେ ପିଡିତାଙ୍କ ପ୍ରତି ଖରାପ ନଜର ରହିଥିଲା। ଯାହାକୁ ଦିବ୍ଯାଂଙ୍ଗ ପିଡିତା ବୁଝି ପାରି ନଥିଲା । ପିଡିତାଙ୍କ ସ୍ୱାମୀ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଘଟଣା ଦିନ ସେ ଭଡା ନେଇ ଦୁରକୁ ଚାଲିଯାଇଥିଲେ । ଘରେ କେବଳ ଥିଲେ ବୃଦ୍ଧା ଶାଶୁ ଓ ପିଡିତା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଘରକୁ ଆସିଥିଲା। ପିଡିତା ଦିବ୍ଯାଙ୍ଗ ହୋଇଥିବାରୁ ପ୍ରତିରୋଧ କରିବା ସମ୍ଭବ ହୋଇନଥିଲା। ଫଳରେ ଦୁଷ୍କର୍ମର ଶିକାର ହୋଇଥିଲେ।

Related posts

ଭୁବନେଶ୍ୱରରୁ ୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଘର ଅଗଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଘନ କୁହୁଡ଼ି ହେତୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews