ଓଡିଶା

ନବବର୍ଷରେ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ

ନବବର୍ଷରେ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ପ୍ରତ୍ୟେକ ବର୍ଷ ନୂଆବର୍ଷ ପୂର୍ବ ରାତିରେ ଶୀଘ୍ର ଦ୍ୱାରଫିଟା ହୋଇ ରାତି ତମାମ୍ ଦର୍ଶନ ଚାଲୁଥିବା ବେଳେ ଚଳିତ ଡିସେମ୍ବର ୩୧ ରାତିରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ କି ସେନେଇ ପ୍ରଶ୍ନ ଉଠିଛି । ଜାନୁୟାରୀ ୧ ଆମ ପାଇଁ ପରମ୍ପରାଗତ ନବ ବର୍ଷ ନୁହେଁ ଏବଂ ଏଥିପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଶ୍ରୀମନ୍ଦିର ରାତି ଅଧରେ ନ ଖୋଲିବା ପାଇଁ ଚିଠି ଲେଖାଯାଇଛି । ଡିସେମ୍ବର ୩୧ ସଂଧ୍ୟାରୁ ବ୍ୟାରିକେଡ୍‌ରେ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିବା ବେଳେ ନୂଆବର୍ଷ ଆରମ୍ଭରୁ ମହାପ୍ରଭୁଙ୍କ ଦର୍ଶନ ସହ ଆର୍ଶୀବାଦ ନେବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୁଏ ।

ତେବେ ଡିସେମ୍ବର ୩୧ ତାରିଖ ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନ କରିବା ସହ ଅର୍ଦ୍ଧ ରାତିରେ ଶ୍ରୀମନ୍ଦିର ନ ଖୋଲିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗଜପତି ମହାରାଜା ଓ ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟିର ସଦସ୍ୟ ପଣ୍ଡିତ ମହେଶ ସାହୁ । ବଡ଼କଥା ହେଉଛି ପ୍ରତିବର୍ଷ ନୂଆବର୍ଷ ଦିନ ଭକ୍ତଙ୍କ ଭିଡ଼ ଜମୁଥିବାରୁ ରାତିରେ ମନ୍ଦିର ଖୋଲାରହିଥାଏ । ହେଲେ ଏଥର ନୂଆବର୍ଷ ପୂର୍ବରୁ ମଧ୍ୟରାତ୍ରିରେ ମନ୍ଦିର ଖୋଲା ନିଷ୍ପତ୍ତି ବଦଳାଇକୁ ଦାବି ହେଉଛି । ଆଉ ଯାହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । କିଛି ବର୍ଷ ହେବ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରରୁ ଭକ୍ତଙ୍କ ଦର୍ଶନ ହେଉଥିବା ବେଳେ ମହାପ୍ରଭୁଙ୍କୁ ମଧ୍ୟ ରାତ୍ରି ଅନିଦ୍ରା ରଖାଯାଉଛି । ଯାହାକି ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚିନ ଅନୁଭବ ହେଉନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପଣ୍ଡିତ ମହେଶ ସାହୁ । ଏବେ ଗଜପତି ମହାରାଜା , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଆଇନ ମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଇଂରାଜୀ ନୂଆବର୍ଷ ମଧ୍ୟରାତ୍ରିରେ ଶ୍ରୀମନ୍ଦିର ପୂର୍ବ ଭଳି ଖୋଲା ରହିବ ନା ଏଥର ବନ୍ଦ ରହିବ ତାହା ଉପରେ ନଜର ରଖିଛନ୍ତି କୋଟି କୋଟି ଓଡ଼ିଆ ।

Related posts

ବିରଳ ପ୍ରଜାତିର ଡଲଫିନ୍ ଉଦ୍ଧାର

mahabharatanews

ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜ

mahabharatanews

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ

mahabharatanews