ଓଡିଶା

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ପ୍ରଥମ କାମ ହେଉଛି ମନଦେଇ ପାଠପଢିବା। କେବଳ ପାଠ ପଢିଲେ ହେବ ନାହିଁ। ବର୍ତ୍ତମାନର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ। ଟେକ୍ନୋଲୋଜି ସହ ତାଳ ଦେଇ ଅପଡେଟ୍ ରହିବା କଥା।। ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ଅନ୍ତନିର୍ହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି । ସେହି ଅନ୍ତର୍ନିହିତ ପ୍ରତିଭାର ବିକାଶ କଲେ ସଫଳତା ମିଳିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଆମକୁ ସ୍ପଷ୍ଟ କରିଛି ଯେ, ଶିକ୍ଷାର ଉଦ୍ଦେଶ୍ୟ କେବଳ ଚାକିରି ପାଇବା ନୁହେଁ, ବରଂ ଲାଇଫ୍ ସ୍କିଲ ବା ଜୀବନ କୌଶଳ, ସୃଜନଶୀଳତା ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଗ୍ରହଣ କରିବା। ତେଣୁ ନିଜର ପ୍ରତିଭା ବଳରେ ଆଗକୁଯିବା ଉପରେ ଛାତ୍ରଛାତ୍ରୀମାନେ ଗୁରୁତ୍ବ ଦେବା ଆବଶ୍ୟକ। ସାଧାରଣତଃ ପିଲାମାନେ କୌଣସି ବାହାର ଲୋକଙ୍କ ସହିତ କଥାବାର୍ତ୍ତା କଲାବେଳେ ଅସହଜ ମନେ କରନ୍ତି। ଉପଯୁକ୍ତ କମ୍ୟୁନିକେସନ ସ୍କିଲର ଅଭାବ ଯୋଗୁ ଏହା ହୋଇଥାଏ। ସେହିପରି ତୁରନ୍ତ ନିଷ୍ପତ୍ତି ନେବା ବି ଗୋଟେ ସ୍କିଲ। ବହୁତ୍ ପିଲା ନିଷ୍ପତ୍ତି ନେବାରେ ଦୋ ଦୋ ପାଞ୍ଚ ହୁଅନ୍ତି। କିନ୍ତୁ, ଯେଉଁମାନେ ପ୍ରକୃତରେ ସ୍ମାର୍ଟ ପିଲା ସେମାନେ ଶୀଘ୍ର ନିଷ୍ପତ୍ତି ନେଇ କାମ କରିଦିଅନ୍ତି। ଆମର ସବୁ ସମୟରେ ସମସ୍ୟା ସମାଧାନ ବା ପ୍ରୋବ୍ଲେମ୍ ସଲ୍‌ଭିଙ୍ଗ ଆଟିଚୁଡ୍ ରହିବା ଆବଶ୍ୟକ। ସବୁବେଳେ ଅଭିଯୋଗ କରିବା ଭଲନୁହେଁ। ଏହିପରି ଅନେକ ଲାଇଫ୍ ସ୍କିଲ ସବୁ ଅଛି। ଯାହା ଛାତ୍ରଛାତ୍ରୀମାନେ ଶିଖିଲେ ବା ଅଭ୍ୟାସ କଲେ, ଆଗାମୀ ଦିନରେ ଏଗୁଡିକ ଖୁବ୍ ସହାୟକ ହେବ। ତେଣୁ ବିଭିନ୍ନ ଲାଇଫ୍ ସ୍କିଲ୍ ବିଷୟରେ ଜାଣିବା, ଶିଖିବା ବହୁତ୍ ଜରୁରୀ ବୋଲି ମୁଖ୍ୟୃମନ୍ତ୍ରୀ କହିଥି‌ଲେ।

Related posts

ବିଏମସି ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମି

mahabharatanews

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କୋଭିଡ ପଜିଟିଭ୍

mahabharatanews

 ହାତୀଛୁଆର ମୃତଦେହ ଉଦ୍ଧାର 

mahabharatanews