ଓଡିଶା

ରିଲିଜ ହେଲା  ମିଲେଟ୍କୁ ନେଇ ଏକ ମନଲୋଭା ଗୀତ

(ଭୁବନେଶ୍ୱର) : ରିଲିଜ ହେଲା ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ପାଇଁ ଏକ ମନଛୁଆଁ ଗୀତ ।  ଆସନ୍ତା ୯ ଓ ୧୦ ତାରିଖରେ ଓଡ଼ିଶାରେ ପ୍ରଥମ ଥର ଆୟୋଜନ ହେବା ପାଇଁ ଯାଉଛି ଦୁଇ ଦିନିଆ ଆନ୍ତର୍ଜାତିୟ ମିଲେଟ୍ ସମ୍ମିଳନୀ । ଏଥିରେ ପ୍ରଦର୍ଶନୀ, ପ୍ରତିଯୋଗିତା ଏବଂ ଜଳବାୟୁ ପରିବର୍ତ୍ତନ ହେବା ସମୟରେ ମିଲେଟ୍ କିପରି ବରଦାନ ସାଜିଛି ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ ବିଷୟରେ ଆଲୋଚନା ହେଉଛି । ତେବେ ଦେଶରେ ଓଡ଼ିଶା ଏକମାତ୍ର ଏପରି ଏକ ରାଜ୍ୟ ଯେଉଁଠି ନଭେମ୍ବର ୧୦ ତାରିଖ ଦିନ ମାଣ୍ତିଆ ଦିବସ ଭାବେ ପାଳନ କରାଯାଏ ଏବଂ ପ୍ରଥମ ଥର ଓଡ଼ିଶାରେ ଆୟୋଜନ ହେବା ପାଇଁ ଯାଉଛି ମିଲେଟ୍ ସମ୍ମିଳନୀ ।

ସୂଚନାନୁଯାୟୀ , ଏହାସହ ମିଲେଟ୍ କିପରି ମହିଳା ଏବଂ ଚାଷୀଙ୍କ ପାଇଁ ରୋଜଗାର ସୃଷ୍ଟି କରୁଛି ତାହାର ଏକ ସୁନ୍ଦର ଝଲକ ମଧ୍ୟ ଦେଖିବା ପାଇଁ ମିଳିଛି ।  ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ଚାଷୀ, ଗବେଷକ, ବ୍ୟବସାୟୀ. ମିଲେଟ୍ ଉପରେ କାର୍ଯ୍ୟ କରୁଥିବା ସଂସ୍ଥା ଅଂଶଗ୍ରହଣ କରିବେ ।

Related posts

ସମୁଦ୍ରକୁ ମାଛମାରି ଯିବାକୁ ମନା, ନିୟମ ଉଲ୍ଲଘଂନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

mahabharatanews

ନିମାପଡାରେ କରୋନା ସଂକ୍ରମଣ ରୋକିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ବୈଠକ

mahabharatanews

ବିଶ୍ୱ ଅଙ୍ଗଦାନ ଦିବସ

mahabharatanews