ଓଡିଶା

ରାଜସ୍ଥାନରେ ଚମିକିଲେ ମାଲକାନଗିରି ପଦ୍ମଗିରିର ଜନଜାତିର ଝିଅ

ରାଜସ୍ଥାନରେ ଚମିକିଲେ ମାଲକାନଗିରି ପଦ୍ମଗିରିର ଜନଜାତିର ଝିଅ । ଜାତୀୟସ୍ତର ମିସ ଟିନ ୟୁନିଭର୍ଷ ସିଜନ ୫ମ ପ୍ରତିଯୋଗୀତାର ମାଲକାନଗିରି ପଦ୍ମଗିରିର ଜନଜାତିର ଝିଅ ମମତା ବିଜେତା ହୋଇଛନ୍ତି । ରାଜସ୍ଥାନ ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ମିସ ଟିନ ଫରଏଭର ୟୁନିଭର୍ସ ବିଜେତା ୨୦୨୫ ର ପଦକ ହାସଲ କଲେ ମାଲକାନଗିରି ଜିଲ୍ଲା ପଦ୍ମଗିରି ର ୧୭ବର୍ଷର ଆଦିବାସୀ ଝିଅ ମମତା ଭୂମିୟା,ସେ ଆଜି ବସ ଷ୍ଟାଣ୍ଡଠାରେ ପହଁଚି ବା ପରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଵ୍ୟ ସମ୍ବର୍ଦ୍ଧନା ଜଣା ଯାଇ ଶୋଭାଯାତ୍ରା ରେ ଗାଁ କୁ ପାଛୋଟି ନେଇଥିଲେ। ସୂଚନା ଯୋଗ୍ୟ ଯେ ରାଜସ୍ଥାନ ଠାରେ ବିଭିନ୍ନ ରାଜ୍ୟ ରୁ ପ୍ରାୟ ସାତ ହଜାର ରୁ ଉର୍ଦ୍ଧ  ପ୍ରତିଯୋଗୀ ଭାଗ ନେଇଥବା ବେଳେ ଓଡିଶା ରୁ ତିନିଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ ମମତା ଭୂମିୟା ପ୍ରଥମ ସ୍ଥାନ ଅଧିକାର କରି ମିସ ଟିନ ୟୁନିବର୍ଷ ମୁକୁଟ ପିନ୍ଧିଥିଲେ।

Related posts

୨୧ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି 

mahabharatanews

ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହୁତି

mahabharatanews

୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ 

mahabharatanews