କିନ୍ନରମାନଙ୍କ ପାଇଁ ସମାନ ନ୍ୟାୟ ସୁନିଶ୍ଚିତ କରିବାକୁ ସରକାରଙ୍କ ପକ୍ଷରୁ ଯୋଜନା ‘ସ୍ବୀକୃତି’ ଆରମ୍ଭ ହୋଇଛି। ‘ସ୍ବୀକୃତି’ର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟର କିନ୍ନରମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ, ସ୍ବାବଲମ୍ବୀ କରିବା ଏବଂ ସଶକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବ। ସେମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରିବା ଲାଗି କିନ୍ନରଙ୍କ ପିତାମାତାଙ୍କୁ ପ୍ରୋତ୍ସାହନ, ଶିକ୍ଷା କ୍ଷେତ୍ରରେ ମାଟ୍ରିକ୍ ପୂର୍ବ ଓ ପର ଶିକ୍ଷାବୃତ୍ତି ପ୍ରଦାନ, ଦକ୍ଷତା ବିକାଶ ଓ ଉଦ୍ୟୋଗ ବିକାଶ ତାଲିମ, ନିଯୁକ୍ତି ପୂର୍ବ କୋଚିଂ, ଆତ୍ମନିଯୁକ୍ତି କିଟ୍ ଯୋଗାଣ, ଗୁରୁତ୍ବ ପୂର୍ଣ ସ୍ବାସ୍ଥ୍ୟସବା ଓ ଗୋଷ୍ଠୀ ବୀମା ପ୍ରଦାନ, ଆଇନଗତ ସହାୟତା, ପରାମର୍ଶ ଆଦି ଯୋଗାଇ ଦିଆଯିବ। ଏସବୁ ସହାୟତା ପାଇବା ପାଇଁ ଆବେଦନକାରୀଙ୍କୁ ଜାତୀୟ କିନ୍ନର ପୋର୍ଟାଲରେ ପଞ୍ଜିକୃତ କରିବାକୁ ପଡ଼ିବ।
ସତ୍ୟପାଠ ଦାଖଲ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିନ୍ନରଙ୍କ ପିତାମାତାଙ୍କୁ ସେମାନଙ୍କ ଲାଳନପାଳନ ଲାଗି ମାସିକ ୧,୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିଲାଗି ପିତାମାତାଙ୍କୁ ପିଲାର ଲିଙ୍ଗ ସଂକ୍ରାନ୍ତ ଏକ କରିବାକୁ ହେବ। ଯଦି ପିତାମାତାଙ୍କ ମୃତ୍ୟୁ ହୋଇଯାଏ, ତେବେ ଏକ ବୈଧ ଅଭିଭାବକ ଅଭିଭାବକତ୍ବ ପ୍ରମାଣପତ୍ର ପ୍ରଦାନ କରି ଅଭିଭାବକ ଏହି ସହାୟତା ପାଇପାରିବେ। ଏହି ଯୋଜନା ମାଧ୍ୟମରେ କଲେଜ, ବିଶ୍ୱବିଦ୍ୟାଳୟରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଆବାସିକ ବ୍ୟବସ୍ଥା ବା ହଷ୍ଟେଲ ନିର୍ମାଣ କରାଯିବ। କେବଳ ସେତିକି ନୁହେଁ, ସେମାନଙ୍କ ପାଠପଢ଼ା ପାଇଁ ପ୍ରତି ମାସରେ 1,000 ଷ୍ଟାଇପେଣ୍ଡ ମିଳିବ। ଏଥିଲାଗି ସ୍ବୀକୃତି ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିବାକୁ ହେବ। ଏସବୁ ସହାୟତା ପାଇବା ପାଇଁ ଆବେଦନକାରୀଙ୍କୁ ଜାତୀୟ କିନ୍ନର ପୋର୍ଟାଲରେ ପଞ୍ଜିକୃତ କରିବାକୁ ପଡ଼ିବ । ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିନ୍ନରଙ୍କ ପିତାମାତାଙ୍କୁ ସେମାନଙ୍କ ଲାଳନପାଳନ ଲାଗି ମାସିକ ୧,୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।
