ଦେଶ ବିଦେଶଭାରତରାଜନୀତି

ଗାନ୍ଧି ପରିବାରରେ ବାଜିବ ବିବାହ ଶାହାନାଇ

ଗାନ୍ଧି ପରିବାରରେ ବାଜିବାକୁ ଯାଉଛି ବିବାହ ଶାହାନାଇ । କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ରୋବର୍ଟ ଭଦ୍ରାଙ୍କ ପୁଅ ରେହାନ,ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରେହାନଙ୍କ ନିର୍ବନ୍ଧ ସରିଥିବା ବେଳେ, ସେ ତାଙ୍କ ପ୍ରେମିକା ଅଭିବା ବେଗଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ସୂଚନା ଅନୁସାରେ, ରେହାନ ଏବଂ ଅଭିବା ୭ ବର୍ଷ ହେବ ରିଲେଶନସିପରେ ଥିଲେ । ବିବାହ ପାଇଁ ଉଭୟଙ୍କ ପରିବାର ସହମତି ଦେଇ ସାରିଛନ୍ତି । ସହମତି ପରେ ଦୁଇ ପରିବାରର ଲୋକଙ୍କ ସହ କିଛି ଅତି ନିକଟତର ଲୋକଙ୍କ ଉପସ୍ଥିତରେ ନିର୍ବନ୍ଧ ହୋଇଥିଲା ।୨୪ ବର୍ଷିୟ ରେହାନ ଜଣେ ଇଷ୍ଟଲେସନ ଓ ଭିଜୁଆଲ ଆର୍ଟିଷ୍ଟ । ଏହାସହ ସେ ନେଚର ଫଟୋଗ୍ରାଫି ଓ ଟ୍ରାଭଲିଂରେ ମଧ୍ୟ ରୁଚି ରଖନ୍ତି । ରେହନ ରାଜନୀତି ଓ ଲାଇମଲାଇଟରୁ ସବୁ ବେଳେ ଦୂରରେ ରହିବାକୁ ଭଲ ପାଇଥାନ୍ତି । ସେ ତାଙ୍କ ପ୍ରାରମ୍ଭିକ ପାଠପଢ଼ା ଦିଲ୍ଲୀରେ ପଢ଼ିବା ପରେ ଡେରାଡୁନ ଓ ଲଣ୍ଡନରେ ପଢ଼ିଛନ୍ତି ।

Related posts

ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ସବୁଠାରୁ ଅଧିକ ସମୟ ପାଇଁ ଥିଲେ ନୀତିଶ, କିନ୍ତୁ ମାତ୍ର ପାଞ୍ଚ ଦିନ ପାଇଁ କିଏ ମୁଖ୍ୟମନ୍ତ୍ରୀ ଥିଲେ? ସମ୍ପୂର୍ଣ୍ଣ ତାଲିକା।

mahabharatanews

୮ ଘଣ୍ଟା ଧରି ଅଫିସରେ ଅଚଳାବସ୍ଥା ଜାରି 

mahabharatanews

ହଠାତ୍ ବିଗିଡ଼ିଗଲା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

mahabharatanews