ଯାଜପୁର ଏମ୍ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ସୂଚନା । ଖବର ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗ୍ରାମରେ ଏମପିଙ୍କ ବାସଭବନ ହୋଇଥିବା ବେଳେ କେହି ଦୃର୍ବୁତ୍ତ ତାଙ୍କ ଘର ଉପରକୁ ମଦ ବୋତଲ ମାଡ କରିଛି । ଏନେଇ କୁଆଖିଆ ଥାନାରେ ଅଭିଯୋଗ ହୋଇଛି। ସେହିପରି ପୂର୍ବରୁ ମଧ୍ୟ ଏମ୍ପିଙ୍କ ପୁତୁରାଙ୍କୁ ଧମକ ଦିଆଯାଉଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ଏହି ଉଭୟ ଘଟଣାକୁ କେନ୍ଦ୍ର କରି ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୁଆଖିଆ ଥାନା ଅଧିକାରୀଙ୍କ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି।
next post
