ଓଡିଶା

ଘନ କୁହୁଡି ଯୋଗୁଁ ପରିବର୍ତ୍ତନ ହୋଇଛି ୬ ବିମାନର ଗତିପଥ

ନୂଆ ବର୍ଷ ଆରମ୍ଭରୁ ଘନ କୁହୁଡିରେ ଆଚ୍ଛାଦିତ ହୋଇ ରହିଛି ରାଜଧାନୀ ଭୁବନେଶ୍ୱର । ସକାଳ ୫ଟାରୁ ୭ଟା  ମଧ୍ୟରେ ହଠାତ୍‌ କୁହୁଡ଼ି ଏତେ ମାତ୍ରାରେ ବଢିଯାଇଥିଲା ଯେ ଚାଳକଙ୍କ ପାଇଁ ଗାଡି ଆଗକୁ ବଢାଇବା କଷ୍ଟସାଧ୍ୟ ହୋଇଥିଲା ।  ସକାଳ ୮ଟା ପର୍ଯ୍ୟନ୍ତ ମଧ୍ୟ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା। ସକାଳ ୧୦ ଟା ମଧ୍ୟରେ ବି ମାତ୍ର କେଇ ମିଟର ଦୂରରେ ମଧ୍ୟ ଦିଶୁନାହିଁ ମୁହଁ I ଗାଡି ମୋଟର ଚଳାଚଳ ସହିତ  ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଘନ କୁହୁଡି ଯୋଗୁଁ ୬ ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି । ୩ଟି ରାୟପୁରକୁ ଏବଂ ୨ଟି କଲିକତାକୁ ପରିବର୍ତ୍ତନ କରାଯାଇଛି । ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁରୁରୁ ଆସୁଥିଲା । ସକାଳ ସାଢ଼େ ୬ଟା ବେଳେ ରନ୍ଓ୍ବେରେ ଦୃଶ୍ୟମାନ ୫୦ମିଟର ଥିଲା ସେଥିପାଇଁ ବିମାନ ଉଡିପାରିନଥିଲା । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତୃପକ୍ଷ ।

Related posts

ଗରିବଙ୍କୁ ସହଯୋଗର ହାତ ବଢ଼ାଇଲା ଡ୍ରିମ ଇଣ୍ଡିଆ ଟ୍ରାନ୍ସଫରମେସନ

mahabharatanews

ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ସୋମବାର ଠୁ ୧୬ ରୁଟରେ ଗଡିବ ମୋ ବସ୍

mahabharatanews