ଓଡିଶା

ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ବାହାରିଛି ଏହି ବିଶାଳ ସ୍ୱର୍ଣ୍ଣ ଧନୁଷ

ରାଉରକେଲା ସହରରୁ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଭେଟି ଦେବା ଉଦ୍ଦେଶ୍ୟରେ ବାହାରିଛି ଏହି ବିଶାଳ ସ୍ୱର୍ଣ୍ଣ ଧନୁଷ । ଆଜି ବିଧିବଦ୍ଧ ଭାବରେ ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିଶାଳ ଆଠ ଫୁଟ ଲମ୍ବ ଏବଂ ତିନି ଫୁଟ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ଧନୁଷ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପ୍ରାୟ ୧ କେଜି ସୁନାରେ ନିର୍ମାଣ ହୋଇଛି ଏହି ଧନୁ । କେବଳ ଯେ ୧ କେଜି ସୁନା ନୁହେଁ ବରଂ ଅଢେଇ କେଜି ରୁପା ସହ ତମ୍ବା ଏବଂ ଜିଙ୍କ୍ ସହ ଲୁହା ମିଶି ପଞ୍ଚ ଧାତୁରେ ତିଆରି ହୋଇଛି ଏହି ସୁନାର ଧନୁ । ଏହି ସୁନାର ଧନୁ ପ୍ରାୟ ୨୮୬ କିଲୋଗ୍ରାମ ଓଜନର ହେବ । ପ୍ରାୟ ୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ଧନୁ ତିଆରି ହୋଇଛି । ଏହି ସୁନାର ଧନୁ ତାମିଲନାଡୁର କାଞ୍ଚିପୁରମରେ ତିଆରି ହୋଇଥିଲା ।

ଏହି ଭେଟିଟି ସହୀଦ ଯବାନ ଏବଂ ଦେଶ ପାଇଁ ଜୀବନ ଦେଉଥିବା ମହାନ ବ୍ୟକ୍ତିତ୍ବଙ୍କ ଉଦ୍ଦେଶ୍ବରେ ତଥା ସନାତନ ଧର୍ମର ଅଧିକ ପ୍ରଚାର ପ୍ରସାର ପାଇଁ କରାଯାଇଛି । ସୁନାର ଧନୁ ଦେଖିବା ପାଇଁ ଛୁଟି ଆସିଥିଲେ ଅଞ୍ଚଳବାସୀ । ଏକ ଗାଡ଼ିକୁ ଫୁଲରେ ସଜାଯାଇ ଏହି ଧନୁକୁ ରଖାଯାଇଥିଲା । ଏହି ସମୟରେ ଜୟ ଶ୍ରୀରାମ ଧ୍ବନିରେ କମ୍ପି ଉଠିଥିଲା ଅଞ୍ଚଳ । ସେପଟେ କୁନି କୁନି ପିଲା ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହା ରାଉରକେଲାର ହନୁମାନ ବାଟିକାରୁ ବାହାରି ବିଭିନ୍ନ ଜିଲ୍ଲା ଦେଇ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବ । ପୁରୀରୁ ବାହାରି ୨୨ ତାରିଖ ଦିନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସରେ ଅଯୋଧ୍ୟାରେ ପହଞ୍ଚିବ ।

Related posts

ଜିଲ୍ଲା ପ୍ରଶାସନ ପକ୍ଷରୁ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

mahabharatanews

ରୁଗୁଡିପାଲିକୁ ମିଳିଲା ବାଲ୍ୟ ବିବାହ ମୁକ୍ତ ଗାଁର ମାନ୍ୟତା

mahabharatanews

ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷ ପୁରୀ ଠାରେ ଜିଲ୍ଲା ଓଏଏସ ଅଧିକାରୀ ସଂଘର ବୈଠକ ଅନୁଷ୍ଠିତ

mahabharatanews