ଓଡିଶା

୨ କିଲୋ ୱାଟ ପର୍ୟ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟର କୁ ବଦଳାଇ ଲଗାଯିବ ସ୍ମାର୍ଟ ମିଟର

ସରକାର ଲଗାଇବେ ସ୍ମାର୍ଟ ମିଟର । କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ । ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨ କିଲୋ ୱାଟ ପର୍ୟ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟର କୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ ଏହି ବାବଦ କୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା । ସେହିପରି ୨ ଲକ୍ଷ ୭୮ ହଜାର ୧୦୦ ଉପଭୋକ୍ତା ନୂଆ ସଂଯୋଗ ରେ ସ୍ମାର୍ଟ ମିଟର ଲଗେଇବା ପାଇଁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ । ମାର୍ଚ୍ଚ ୨୦୨୫ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତା ଙ୍କୁ ମିଟର ଭଡା ବାବଦ କୁ ୩୦୭ କୋଟି ଟଙ୍କା ବହ ନ କରିବେ ସରକାର । ସ୍ମାର୍ଟ ମିଟର ଏବଂ ମିଟର ଭଡା ଛାଡ଼ କୁ ଲଗାଇ ୭୩୫ କୋଟି ଖର୍ଚ୍ଚ କରିବେ ସରକାର । ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ ଏବଂ ସମ୍ପୃକ୍ତ ଊଓଝଉଙଗ ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ।

Related posts

ସମ୍ବଲପୁର ଓ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ୨ ନୂଆ ଆଇଟିଆଇ

mahabharatanews

ଡିସେମ୍ବରରେ ଶିକ୍ଷକ ନିଯୁକ୍ତି ଲିଖିତ ପରୀକ୍ଷା

mahabharatanews

ଜନ୍ମବେଦୀରେ ଲୀଳା ସାରି ଆଜି ସିଂହଦ୍ୱାରକୁ ବାହୁଡ଼ିବେ ମହାପ୍ରଭୁ

mahabharatanews