ଓଡିଶା

୨ କିଲୋ ୱାଟ ପର୍ୟ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟର କୁ ବଦଳାଇ ଲଗାଯିବ ସ୍ମାର୍ଟ ମିଟର

ସରକାର ଲଗାଇବେ ସ୍ମାର୍ଟ ମିଟର । କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ । ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨ କିଲୋ ୱାଟ ପର୍ୟ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟର କୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ ଏହି ବାବଦ କୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା । ସେହିପରି ୨ ଲକ୍ଷ ୭୮ ହଜାର ୧୦୦ ଉପଭୋକ୍ତା ନୂଆ ସଂଯୋଗ ରେ ସ୍ମାର୍ଟ ମିଟର ଲଗେଇବା ପାଇଁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ । ମାର୍ଚ୍ଚ ୨୦୨୫ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତା ଙ୍କୁ ମିଟର ଭଡା ବାବଦ କୁ ୩୦୭ କୋଟି ଟଙ୍କା ବହ ନ କରିବେ ସରକାର । ସ୍ମାର୍ଟ ମିଟର ଏବଂ ମିଟର ଭଡା ଛାଡ଼ କୁ ଲଗାଇ ୭୩୫ କୋଟି ଖର୍ଚ୍ଚ କରିବେ ସରକାର । ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ ଏବଂ ସମ୍ପୃକ୍ତ ଊଓଝଉଙଗ ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ।

Related posts

ବ୍ଲକ କାର୍ଯ୍ୟାଳୟ  ସ୍ଥାନାନ୍ତର ପ୍ରତିବାଦରେ ବିକ୍ଷୋଭ

mahabharatanews

ହିଟ୍ ୱେଭ ନେଇ ଆଜି ୧୩ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

mahabharatanews

ଗତରାତିରେ ନିଆଁ ଲାଗି ୪ ଜଣ ଗୁରୁତର

mahabharatanews