ଓଡିଶାଦୁର୍ଘଟଣା

ଭାରସାମ୍ୟ ହରାଇ ପିଟିହେଲା ବାଇକ୍ ; ଜଣେ ମୃତ, ଜଣେ ଗୁରୁତର

୨୦୨୬ ନୂଆବର୍ଷ ଆରମ୍ଭରେ ଜୁନାଗଡ଼ରେ ଭୟଙ୍କର ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ସ୍ଥିତ ଜାତୀୟ ରାଜପଥ ୧୩୦ସି ବୁଲାଣୀ ରାସ୍ତାରେ ପିଟି ହୋଇ ଯୁବକର ମୃତ୍ୟୁ ଘଟିଛି। ଯାହା ସୂଚନା ରହିଛି ଧର୍ମଗଡ଼ ବସ୍ତି ପଡ଼ାର ଦୁଇ ସାଙ୍ଗ ପିଣ୍ଟୁ ବାଗ (୨୫) ଏବଂ ଓମ୍ ଦୀପ (୨୫) ଏକ ବାଇକରେ କୌଣସି କାମରେ ନିଜ ଘରୁ ଜୁନାଗଡ଼ ଅଭିମୁଖେ ଆସୁଥିବା ସମୟରେ ବୁଳାଣିରେ ପିଟି ହୋଇଯାଇଥିଲେ । ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳେ ପହିଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପିଣ୍ଟୁ ବାଗଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ ଓମ୍ ଦୀପଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲାୟ ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିବା ଜଣାପଡିଛି । ତେବେ ମୃତ୍ୟୁ ପିଣ୍ଟୁ ଧର୍ମଗଡ଼ରେ ଏକ ନିଜର ବାଇକ ଗ୍ୟାରେଜ କରି ପେଟ ପାଟଣା କରୁଥିଲେ।

Related posts

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୧ ଗିରଫ

mahabharatanews

ଟନେଲରେ ୪୧ ଶ୍ରମିକ ; ସମ୍ବଲପୁରରୁ ଗଲା ଅତ୍ୟାଧୁନିକ ମେସିନ

mahabharatanews

ବାତ୍ୟା ‘‌ରେମାଲ’; ଓଡ଼ିଶାରେ ପ୍ରବଳ ବର୍ଷା

mahabharatanews