ଓଡିଶାପର୍ବ ପର୍ବାଣିମନୋରଞ୍ଜନ

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌରପରିଷଦ ପକ୍ଷରୁ ର।ହ।ଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଅନ୍ୟତମ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ପାଳ, ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା , ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ,ଆଦିବାସୀ ଉ୍ନୟନ ପ୍ରକଳ୍ପ ପ୍ରଶାସକ , ପାରଳାଖେମୁଣ୍ଡି ତହସିଲଦ।ର ଙ୍କ ସମେତ ପୌର ପାରିଷଦ ର କାଉନସିଲର ,ପାରଳା ଥାନା ଅଧିକାରୀ ଉପସ୍ଥିତ ଥିଲେ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ଏଠାରେ ଅତିଥି ମାନେ କହିଥିଲେ ଯେ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ସକାଶେ ପୌର ପରିଷଦ ପକ୍ଷରୁ ର।ହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ଯାହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ଅଟେ । ତେବେ ଏହି ଉତ୍ସବ ପରେ ଆଜିଠାରୁ ଗଜପତି ଉତ୍ସବ ସକାଶେ ବିଗୁଲି ବାଜିଲା କହିଲେ ଅତୁକ୍ତ୍ୟ ହେବ ନାହିଁ । ଜିଲ୍ଲାର କଳା ସଂସ୍କୃତି କୁ ଉଦ୍‌ଜୀବିତ କରିବା ପାଇଁ ଜିଲ୍ଲାରେ ଏହି ପ୍ରୟାସ ଜାରି ରହିଛି । ଏଥିରେ ବିଭିନ୍ନ ପ୍ରକାର ନାଚ ଗୀତ ଝୋଟି, ପାଇକ ଆଖଡ଼ା ଗଜ। ମୁଁହ।,ଯୋଗ, ସ୍କେଟି, ବକ୍ସିଂ, ତାଇ କୁଣ୍ଡ,ଏହି ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ତେବେ ଏ ରାହାଗିରି ପାଇଁ ପାରାଳାଖେମୁଣ୍ଡି ସହର ଉତ୍ସବ ମୁଖର ହୋଇଥିବା ଦେଖାବାକୁ ମିଳିଥିଲା ଏବଂ ଲୋକଙ୍କ ଭିଡ ଜମିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ତୁଲାଇବାକୁ ପୌର ପରିଷଦର କର୍ମଚାରୀ ସହଯୋଗ କରିଥିଲେ।

Related posts

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

mahabharatanews

ଏଣିକି ଥାନାକୁ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସପି ଓ ଡିଏସପି

mahabharatanews

ଅମାନିଆଙ୍କ ଠାରୁ ଆଦାୟ ହେଲା ୨୩ହଜାର୨୦୦ଟଙ୍କା ଜରିମାନ।

mahabharatanews