ଓଡିଶା

ଉଦଯାପିତ ହୋଇଯାଇଛି କପ୍ତିପଦା ମହୋତ୍ସବ

ଆମ କପ୍ତିପଦା ମହୋତ୍ସବ ଉଦଯାପିତ ହୋଇଯାଇଛି । ୯ ତାରିଖରୁ ଆରମ୍ଭ ହୋଇ ୩ ଦିନ ଧରି ଚାଲିଥିଵା ଏହି ମହୋତ୍ସବ ସନ୍ଧ୍ୟାରେ ଶେଷ ହୋଇଛି। ଶେଷ ସନ୍ଧ୍ୟାରେ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଙ୍କ ସହିତ ସାହିତ୍ୟିକ, ଗାଳ୍ପିକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ। ଏହାସହିତ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା।

ବିଭିନ୍ନ କଳା ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଆସୁଥିବା ଆମ କପ୍ତିପଦା ମହୋତ୍ସବ ସବୁବେଳେ ନିଜର ନିଆରା ପରିଚୟ ବଜାୟ ରଖିଛି ତେଣୁ ଆଗାମୀ ବର୍ଷକୁ ଏହି ମହୋତ୍ସବର କଳେବର ବ୍ୟାପକ ହେବ ବୋଲି କହିଥିଲେ ଉପସ୍ଥିତ ଅତିଥି। ୩ ଦିନ ଧରି ଆୟୋଜିତ ମହୋତ୍ସବର ବିଭିନ୍ନ ସନ୍ଧ୍ୟାରେ ସିନେ କଳାକାରଙ୍କ ଠାରୁ ଆରମ୍ଭ କରି ମ୍ୟୁଜିକାଲ ନାଇଟ ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥିଲା। ଶେଷ ସନ୍ଧ୍ୟାରେ ଗାୟକ ଅଙ୍କିତା ପାତ୍ର ଏବଂ ସାନ୍ତାଳୀ ଗୀତିକାରଙ୍କ ସଙ୍ଗୀତରେ ଝୁମିଥିଲେ ଦର୍ଶକ।

Related posts

ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇ ଏନ୍ଏସିରେ ବାଜି ମାରିଲା ବିଜେଡି

mahabharatanews

ଜଗତପୁର ରୁ ୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

mahabharatanews

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୧୬ ଜିଲ୍ଲାରେ କାଳ ବୈଶାଖୀ ସହ ବଜ୍ରପାତ ସମ୍ଭାବନା

mahabharatanews