ମନୋରଞ୍ଜନ

ସମ୍ପର୍କ ଭାଙ୍ଗିବାକୁ ନେଇ ମୁହଁ ଖୋଲିଲେ ନେହା କକ୍କର

ବଲିଉଡ୍ ଗାୟିକା ନେହା କକ୍କରଙ୍କ ସମସ୍ତ ବିଷୟରୁ ବିରତି ଘୋଷଣା କରିବା ପରେ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂହଙ୍କ ଠାରୁ ଛାଡପତ୍ରର ଗୁଜବ ଉଠିଥିଲା। କିନ୍ତୁ ଏବେ ସେ ତାଙ୍କ ବିବାହ ସମ୍ପର୍କିତ ପରିସ୍ଥିତି ସ୍ପଷ୍ଟ କରି ଆଉ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି। ନେହା ଏହି ମାମଲାରେ ତାଙ୍କ ସ୍ୱାମୀ କିମ୍ବା ପରିବାରକୁ ନ ଟାଣିବାକୁ ଅନୁରୋଧ କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ସେ ବ୍ୟବସ୍ଥାର ଅନ୍ୟ କିଛି ଲୋକଙ୍କ ଉପରେ ଅସନ୍ତୁଷ୍ଟ। ସେ ଲେଖିଛନ୍ତି ଯେ, ‘‘ସାଙ୍ଗମାନେ ଦୟାକରି ମୋର ନିର୍ଦ୍ଦୋଷସ୍ବାମୀ ଏବଂ ପରିବାରର ଲୋକଙ୍କୁ ଏହି ସବୁ ଭିତରକୁ ଟାଣନ୍ତୁ ନାହିଁ ।

ସେମାନେ ଖୁବ୍ ଭଲ ଲୋକ ଯେଉଁମାନଙ୍କୁ ମୁଁ ଭଲ ଭାବରେ ଜାଣେ । ’’ ଏହା ବ୍ୟତୀତ ସେ ଆହୁରି କହିଛନ୍ତି ଯେ, କିଛି ସିଷ୍ଟମ୍ ଏବଂ ଲୋକଙ୍କ ପାଇଁ ସେ ବିରକ୍ତି ହୋଇଯାଇଛନ୍ତି । ଏଥିରେ କିନ୍ତୁ ତାଙ୍କ ସ୍ବାମୀଙ୍କର ଏବଂ ପରିବାର ଲୋକଙ୍କର କୌଣସି ସମ୍ପର୍କ ନାହିଁ । ସମସ୍ତେ ତାଙ୍କ କଥାକୁ ବୁଝି ପାରୁଥିବେ ବୋଲି ସେ ଆଶା କରୁଛନ୍ତି । ତେଣୁ ତାଙ୍କ ସ୍ବାମୀ ଏବଂ ପରିବାରଲୋକଙ୍କୁ ଏସବୁରୁ ଦୂରରେ ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ଏତେ ଭାବପ୍ରବଣ ପୋଷ୍ଟ କରିବା ଭୁଲ ବୋଲି ସେ ସ୍ବୀକାର କରିଛନ୍ତି  । ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ କୌଣସି ପୋଷ୍ଟ ସେୟାର କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଏଥିସହ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଖୁବ୍ ଶୀଘ୍ର ଧମାକା ସହି ଫେରୁଛନ୍ତି ବୋଲି ଫ୍ୟାନ୍ସଙ୍କୁ କହିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ବସ୍ତି ଦେଇଛି ।

Related posts

କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦ

mahabharatanews

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି

mahabharatanews

ପୋଷାକରେ ସୁରକ୍ଷା ଧରି ବୁଲୁଛନ୍ତି ଉର୍ଫି

mahabharatanews