ଦେଶ ବିଦେଶ

ନାସାରୁ ଅବସର ନେଇଛନ୍ତି ଭାରତୀୟ ବଂଶୋଭବ ମହାକାଶଚାରୀ ସୁନିତା ୱିଲିୟମ୍ସ

ଭାରତୀୟ ବଂଶୋଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରୁ ଅବସର ନେଇଛନ୍ତି । ନାସାରେ ୨୭ ବର୍ଷ କାର୍ଯ୍ୟ କରିବା ପରେ ସେ ଅବସର ନେଇଛନ୍ତି । ସୂନୀତାଙ୍କର ୧୦ ଦିନିଆ ମହାକାଶ ମିସନ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ସାଢେ ନଅ ମାସ ରହିବା ପରେ ଶେଷ ହୋଇଥିଲା । ନାସା ଘୋଷଣା କରି କହିଛି ଯେ,  ସୁନୀତାଙ୍କ ଅବସର  ୨୭ ଡିସେମ୍ବର ୨୦୨୫ରେ କାର୍ଯ୍ୟକାରୀ ହୋଇଥିଲା । ତାଙ୍କ ଅବସର ସମ୍ପର୍କରେ ନାସା ପ୍ରଶାସକ ଜାରେଡ୍ ଆଇଜାକମ୍ୟାନ୍ କହିଛନ୍ତି, ସୁନିତା ୱିଲିୟମ୍ସ ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ।

After 27 years with NASA, Astronaut Sunita Williams announces retirement  following prolonged ISS mission

ମହାକାଶ ଷ୍ଟେସନରେ ତାଙ୍କ ନେତୃତ୍ୱରେ ଗବେଷଣା ବେଶ୍ ଉଚ୍ଚକୋଟୀର ଥିଲା ।  ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ । ସେ ତିନୋଟି ମିସନରେ ୬୦୮ ଦିନ ମହାକାଶରେ ବିତାଇଛନ୍ତି । ଏହା କୌଣସି ନାସା ମହାକାଶଚାରୀଙ୍କ ଦ୍ୱାରା ମହାକାଶରେ ବିତାଇଥିବା ମୋଟ ସମୟ ମଧ୍ୟରୁ ଦ୍ୱିତୀୟ ସର୍ବାଧିକ । ସେ ଜଣେ ଆମେରିକୀୟ ମହାକାଶଚାରୀ ତାଲିକାରେ ଏଭଳି କରି ଷଷ୍ଠ ସ୍ଥାନରେ ରହିଛନ୍ତି । ନାସା ମହାକାଶଚାରୀ ବୁଚ୍ ୱିଲମୋରଙ୍କ ସହିତ ସେ ସମକ୍ଷକ ହୋଇପାରିଛନ୍ତି । ୱିଲମୋରଙ୍କ ସହିତ ସୁନିତା ନାସାର ବୋଇଂ ଷ୍ଟାରଲାଇନର ଓ ସ୍ପେସ-ଏକ୍ସ କ୍ରୁ-୯ ମିଶନରେ ୨୮୬ ଦିନ ବିତାଇଥିଲେ । ସୁନିତା ମୋଟ ୬୨ ଘଣ୍ଟା ୬ ମିନିଟ୍‌ର ନଅଟି ସ୍ପେସୱାକ୍ କରିଛନ୍ତି । ଯେକୌଣସି ମହିଳା ମହାକାଶଚାରୀଙ୍କ ଦ୍ୱାରା ଏହା ସର୍ବାଧିକ ଓ ନାସାର ତାଲିକାରେ ଚତୁର୍ଥ । ସେ ମହାକାଶରେ ମାରାଥନ୍ ଦୌଡ଼ିବାରେ ମଧ୍ୟ ପ୍ରଥମ ବ୍ୟକ୍ତି ଥିଲେ ।

From The Archives: Sunita Williams And The Space Legacy

Related posts

ଆରାବଳୀ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

mahabharatanews

କଳ୍ପନା ଚାୱଲାଙ୍କ ମାଆ ଏବଂ ଭଉଣୀଙ୍କୁ ଭେଟିଥିଲେ ସୁନିତା ୱିଲିୟମ୍ସ ; 90 ବର୍ଷୀୟା ମାଆ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ

mahabharatanews

ହନୁମାନଙ୍କ ମୂର୍ତ୍ତି ଚାରିପାଖରେ ପରିକ୍ରମା କରୁଛି କୁକୁର

mahabharatanews