ଦେଶ ବିଦେଶରାଜନୀତି

ନୀତିନ ନବିନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ରାଘବ

ଆପରୁ ଇସ୍ତଫା ଘୋଷଣା କରିଥିବା ରାଜ୍ୟସଭା ସାଂସଦ ରାଘବ ଚଢା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ ଶୁକ୍ରବାର ଦିଲ୍ଲୀରେ ପାର୍ଟି ମୁଖ୍ୟ ନୀତିନ ନବିନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ବାକି ଚାରି ସାଂସଦ – ପୂର୍ବତନ କ୍ରିକେଟର ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ହରଭଜନ ସିଂହ, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମ ସାହାନି ପରେ ବିଜେପିରେ ଯୋଗଦେବେ।  ଚଢା, ମିତ୍ତଲ ଏବଂ ପାଠକ, ନବୀନଙ୍କଠାରୁ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ ଏବଂ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ଅନ୍ୟ ବିଜେପି ନେତାମାନଙ୍କୁ ସ୍ୱାଗତ କରିଥିଲେ।

ଆଜି ସକାଳେ, ୩୭ ବର୍ଷୀୟ ଚଢା କହିଥିଲେ ଯେ ସେ ୨୦୧୨ ମସିହାରେ ଦୁର୍ନୀତି ବିରୋଧୀ ନୀତିରେ ଗଠିତ ଆପ ଦଳ ଛାଡିଛନ୍ତି , ଏବଂ ଛଅ ଜଣ ଆପ ସାଂସଦଙ୍କ ସହ ମିଶି ବିଜେପିରେ ମିଶିଯିବେ ବୋଲି କହିଥିଲେ। ରାଜ୍ୟସଭାରେ ଆପର ଉପନେତା ପଦରୁ ଚଢାଙ୍କୁ ହଟାଇ ଦିଆଯିବା ପରେ ଏବଂ ତାଙ୍କ ସ୍ଥାନରେ ଉପର ସଦନରେ ମିତ୍ତଲଙ୍କୁ ନିଯୁକ୍ତି ଦିଆଯିବାର ସପ୍ତାହକ ପରେ ଏହି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ସମୟରେ, ମିତ୍ତଲ ମଧ୍ୟ ଚଢା ଏବଂ ପାଠକଙ୍କ ସହିତ ବିଜେପିରେ ଯୋଗ ଦେଇଥିଲେ।

Related posts

ବବିଙ୍କ ନାଁରେ ମମତା ମହନ୍ତଙ୍କ ସାଂଘାତିକ ବୟାନ

mahabharatanews

ତାମିଲନାଡ଼ୁରେ ବିଜୟ ସରକାର ଗଠନ ନେଇ ପଥ ପରିଷ୍କାର

mahabharatanews

ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲୋକସଭା ଏବଂ ରାଜ୍ୟସଭା ମୁଲତବୀ; ଜାଣନ୍ତୁ କେତେ ବିଲ୍ ଗୃହୀତ ହେଲା

mahabharatanews