ଓଡିଶାପ୍ରଯୁକ୍ତିବିଶେଷ

୧୮୦୦ ଟଙ୍କା ବଦଳରେ ଏବେଠାରୁ ଗ୍ରାମରକ୍ଷୀ ପାଇବେ ୨୫୦୦ ଭତ୍ତା ।

ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ଖୁସି ଖବର କାହିଁକି ନା ଏମାନଙ୍କ ବଢିଲା ମାସିକ ଭତ୍ତା । ଏଣିକି ୧୮ ଶହ ବଦଳରେ ଗ୍ରାମରକ୍ଷୀ ପାଇବେ ୨୫ ଶହ ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର‌୍ୟ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି । ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥିସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଅପରାଧୀ ଚିହ୍ନଟ ପ୍ରକ୍ରିୟାରେ ଗ୍ରାମରକ୍ଷୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ।

Related posts

ଆଜିଠୁ ୩ମାସ ଯାଏ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

mahabharatanews

ଏନଏସସିଏଚ ମେଡ଼ିକଲାରେ ସିଏମ୍‌ଏସ୍ ଭାର ନେଲେ ଡାକ୍ତର ମନୋଜ ବେହେରା

mahabharatanews

ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦେଇ ଅର୍ଥ ହଡପ ଅଭିଯୋଗ

mahabharatanews