ଓଡିଶାପର୍ବ ପର୍ବାଣି

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି।

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଭାରତର ମହାନ୍ ଜନ ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସ୍କାଉଟ୍, ଗାଇଡ୍ ଓ ସିଭିଲିଏନ୍ ଦଳର କେଡେଟ୍ ଓ ବିଦ୍ୟାଳୟର ଘୋଷ ଦଳ ଛାତ୍ରଛାତ୍ରୀ ତଥା ସୁବାଷ ସେବା ଦଳର ସଦସ୍ୟ ମାନେ ସୁବାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହନାନାଗା ପୌରପରିସଦ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ,ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାୟି ପ୍ରମୁଖ ଉପସ୍ଥିତ ରହି ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରି ଥିଲେ। ଏହି କାର‌୍ୟ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର‌୍ୟ୍ୟ ଆଚାର‌୍ୟ୍ୟା ମାନଙ୍କ ସହଯୋଗରେ କାର‌୍ୟ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।

Related posts

ଖଜୁରୀଡିହା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ମିଳୁଛି ବାସି ଖାଦ୍ୟ

mahabharatanews

ରାଜଧାନୀରେ ୪୦ ଟପିଲା ତାପମାତ୍ରା

mahabharatanews

ସୋମବାରରେ ଅଘଟଣ; ୨ ମୃତ ,୧୫ଆହତ

mahabharatanews