ଓଡିଶା

ଯୁବ ଚାଷୀ ପ୍ରିୟନାଥ ପଣ୍ଡାଙ୍କୁ ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

ଚାନ୍ଦବାଲିର ଯୁବ ଚାଷୀ ପ୍ରିୟନାଥ ପଣ୍ଡା ରାଜ୍ୟସ୍ତରରେ ସମ୍ମାନିତ। ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା l ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉଗ୍ରତରା ଗ୍ରାମର ଯୁବ ଚାଷୀ ପ୍ରିୟନାଥ ପଣ୍ଡା ‘କୃଷି ଓଡିଶା’ ମାଧ୍ୟମରେ ଜଣେ ଯୁବ ଉଦ୍ୟାନ ଚାଷୀ ଭାବେ ରାଜ୍ୟସ୍ତରରେ ପୁରସ୍କୃତ ହୋଇ ଅଞ୍ଚଳ ପାଇଁ ଗର୍ବର ଆଣି ଦେଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରିୟନାଥ ପଣ୍ଡାଙ୍କୁ ୨୦,୦୦୦ ଟଙ୍କାର ଚେକ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।

ଏହି ସମ୍ମାନ ମିଳିବା ପରେ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରିୟନାଥ ପଣ୍ଡାଙ୍କୁ ଉତ୍ତରୀୟ ଓ ଗୋଲାପ ଫୁଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର ରାଉଳ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Related posts

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

mahabharatanews

ଫୁଲୁଛି ମହାନଦୀ ,୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

mahabharatanews

ବଲାଙ୍ଗୀର ଅଗ୍ରସେନ ଭବନ ରେ ଧୁମ ଧାମ ରେ ପାଳନ ହେଲା ମହାବୀର ଜୟନ୍ତୀ

mahabharatanews