ଓଡିଶା

ଜାତୀୟ ସଡ଼କ ସୁରକ୍ଷା ମାସରେ ବାରକୋଟ ପୋଲିସ ଏବଂ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ସଚେତନତା କାର୍ଯକ୍ରମ

ଦେବଗଡ଼ ଜିଲ୍ଲା ବାରକୋଟ ପୋଲିସ ଏବଂ କଲା ପଞ୍ଚାୟତ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଚଳିତ ବର୍ଷର ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯକ୍ରମ ଆରମ୍ଭ ହୋଇଥିଲା। କଲା କଲେଜରୁ  ଛାତ୍ରଛାତ୍ରୀମାନେ ରାଲି ମାଧ୍ୟମରେ ବାହାରି ସ୍ଲୁଗାନ ଏବଂ ଲିପଲେଟ ଦେଇ ଗାଁ ପରିକ୍ରମା କରିବା ସହିତ ମୋଟର ଚାଳକ ଓ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ସର୍ବ ଶେଷରେ କଲା କଲେଜର ଅଧ୍ୟକ୍ଷ ଶାନ୍ତନୁ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଅତିଥି ଭାବେ ବାରକୋଟ iic ସୁଶାନ୍ତ କୁମାର ବଢେଇ, ଅଧ୍ୟାପକ ନବକୃଷ୍ଣ ବେହେରା, ଅଧ୍ୟାପକ ଭୁବନ ମହାନ୍ତ ଉପସ୍ଥିତ ରହି ଏହି ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସଡ଼କ ସୁରକ୍ଷା କ।ର୍ଯକ୍ରମ ବିଷୟରେ ଉଦବୋଧନ ଦେଇଥିଲେ।

Related posts

 ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପକୁ ବିଜେ

mahabharatanews

ଆଜି ଆଉ ୯୦ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୫

mahabharatanews

ଲୋୟର୍ ପିଏମଜିରେ ଅଙ୍ଗନବାଡି କର୍ମୀ

mahabharatanews