ଖେଳଦେଶ ବିଦେଶ

ବାବର ଆଜମଙ୍କ ଉପରେ ଆସ୍ଥା ପ୍ରକଟ କରି ଟେଷ୍ଟ ଫର୍ମାଟର ଅଧିନାୟକ ଦାୟିତ୍ୱ ପ୍ରଦାନ କଲା ପିସିବି

ପାକିସ୍ତାନ ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବାକୁ ଥିବାବେଳେ ଏଥିପାଇଁ ଦଳ ଘୋଷଣା କରାଯାଇଛି । ପାକିସ୍ତାନ କ୍ରିକେଟ୍ ଦଳକୁ  ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତରଫରୁ ପୁଣିଥରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମଙ୍କ ଉପରେ ଆସ୍ଥା ପ୍ରକଟ କରି ଟେଷ୍ଟ ଫର୍ମାଟର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ବାବର ପ୍ରାୟ ୩ ବର୍ଷ ପୂର୍ବେ ସମସ୍ତ ଫର୍ମାଟ୍‌ର ଅଧିନାୟକ ପଦ ଛାଡ଼ିଥିଲେ ।

Babar Azam to captain Pakistan on West Indies and England Test tours | Arab  News

୧୫ ନଭେମ୍ବର ୨୦୨୩ ରେ ବାବର ତିନୋଟି ଫର୍ମାଟ୍‌ର ଅଧିନାୟକ ପଦକୁ ଅଲବିଦା କହିଥିଲେ । ତାଙ୍କ ପରେ ଶାନ୍ ମସୁଦ ଟେଷ୍ଟର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ, କିନ୍ତୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା । ମସୁଦଙ୍କ ଅଧିନାୟକତ୍ୱରେ ପାକିସ୍ତାନ ୧୬ ଟି ମ୍ୟାଚ୍ ମଧ୍ୟରୁ ୧୨ ଟିରେ ପରାଜୟର ସାମ୍ନା କରିଥିଲା । ଟେଷ୍ଟ କ୍ରିକେଟ୍ ଇତିହାସରେ କୌଣସି ଅଧିନାୟକ ଏତେ କମ୍ ସମୟ ବ୍ୟବଧାନରେ ଏତେ ମ୍ୟାଚ୍ ହାରି ନଥିଲେ । କେବଳ ମିସବାହ-ଉଲ୍-ହକ୍ ହିଁ ଏଭଳି ଜଣେ ଅଧିନାୟକ ଥିଲେ ଯାହାଙ୍କ ନେତୃତ୍ୱରେ ଦଳକୁ ମସୁଦଙ୍କ ଠାରୁ ଅଧିକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ମସୁଦ ନିଜର ୫୬ ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୧୯ ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ।

Babar Azam to captain Pakistan on West Indies and England Test tours - The  Hindu

Related posts

କରୁର ଦଳାଚକଟା ମାମଲାର ସିବିଆଇ ତଦନ୍ତ ପାଇଁ ପହଞ୍ଚିଛନ୍ତି ବିଜୟ

mahabharatanews

ଜଷ୍ଟିସ ସୂର୍ଯ୍ୟକାନ୍ତ ସୋମବାର ଦିନ ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ

mahabharatanews

ଦିଲ୍ଲୀ ବିସ୍ଫୋରଣ ପରେ ଭାରତ ଗସ୍ତ ବାତିଲ କଲେ ନେତାନ୍ୟାହୁ

mahabharatanews