ବର୍ଷା ରେ ବେହାଲ ଚିକେନ ମାର୍କେଟ। ତିନି ଦିନ ହେବ ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଉଦଳା ଏନଏସି 12 ନମ୍ବର ୱାର୍ଡ ରେ ଥିବା ଚିକେନ ଓ ମଟନ ମାର୍କେଟ ରେ ପାଣି ର ଲହଡି ଖେଳୁଛି। ଯାହା ଦ୍ୱାରା କି ଦୋକାନୀ ମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଦୋକାନ ଭିତରେ ବର୍ଷା ପାଣି ପଶିବା ଦ୍ୱାରା କିଛି ଦୋକାନ ମଧ୍ୟ ବନ୍ଦ ରହିଛି।

ଏହି ପରିକି ଦୋକାନ କୁ ଗ୍ରାହକ ମାନେ ଯିବା ପାଇଁ ମଧ୍ୟ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପୂର୍ବ ରୁ କୃଷକ ବଜାର ରେ ଚିକେନ ମାର୍କେଟ ଥିବାବେଳେ ପ୍ରଶାସନ ପକ୍ଷ ରୁ 12 ନମ୍ବର ୱାର୍ଡ କୁ ସ୍ଥାନ୍ତାରିତ କରା ଯାଇଥିଲା। ତେବେ ଏହି ମାର୍କେଟ ରେ ଅନୁସଙ୍ଗିକ ବ୍ୟବସ୍ଥା ଓ ଡ୍ରେନେଜ ର ବ୍ୟବସ୍ଥା ନଥିବା ଯୋଗୁ ଦୋକାନୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି! ପ୍ରଶାସନ ଏହି ଚିକେନ ମାର୍କେଟ ର ସମସ୍ୟା କୁ ଗୁରୁତ୍ୱ ଦେବା ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗ୍ରାହକ।

